ନୟାଗଡ଼ ଜିଲ୍ଲାପାଳ ସାରା ଓଡ଼ିଶାରେ ଉଦାହରଣ

ନୟାଗଡ: ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ମହତ୍ତ ଚିନ୍ତାଧାରା ସମଗ୍ର ଜିଲ୍ଲାରେ କାହିଁକି ସାରା ଓଡ଼ିଶାରେ ଉଦାହରଣ ସୃଷ୍ଟି କରିଛି । ନୂଆବର୍ଷରେ ଜିଲ୍ଲାପାଳ ଓ ଜିଲ୍ଲା ଅଧିକାରୀ ମାନଙ୍କୁ ଫୁଲତୋଡ଼ା, ଡାଏରୀ ଇତ୍ୟାଦି ପ୍ରଦାନ କରି ଶୁଭେଚ୍ଛା ଜଣାଇଥାନ୍ତି ଅଧସ୍ତନ କର୍ମଚାରୀ, ରାଜନେତା, ସାମାଜିକ କର୍ମୀ ଶୁଭେଛୁଗଣ।
କିନ୍ତୁ ନୂଆ ବର୍ଷରେ ମୋତେ କିମ୍ବା ମୋର ଜିଲ୍ଲା ଅଧିକାରୀ ମାନଙ୍କୁ ଫୁଲତୋଡ଼ା, ଡାଏରୀ ମିଠା ଇତ୍ୟାଦି ନଦେଇ ପେନ୍, ପେନିସିଲି, ଖାତା, ରବର,କମ୍ପାସ ବାକ୍ସ ଓ ଶିକ୍ଷା ଉପକରଣ ଦେଇ ଶୁଭେଚ୍ଛା ଜଣାଇବା ପାଇଁ ନୟାଗଡ଼ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ମୌଖିକ ଓ ଲିଖିତ ନିର୍ଦ୍ଦେଶନାମା ଜାରିକରି ଅନୁରୋଧ କରି ଉଦାହରଣର ପାତ୍ର ସାଜିଛନ୍ତି। କାରଣ ଦିଆଯାଉଥିବା ଫୁଲତୋଡ଼ା ଡାଏରୀ ପ୍ରଭୃତି ଏଭଳି ଉପହାର କୌଣସି କାମରେ ଆସି ନଥାଏ ବରଂ ଏହା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଅଯଥାରେ ପାଣିରେ ପଡ଼ିଥାଏ। ନୂଆ ବର୍ଷରେ ଶିକ୍ଷା ଉପକରଣ ଗୁଡିକ ବିଦ୍ୟାଳୟର ଗରିବ ଛାତ୍ର/ଛାତ୍ରୀ ମାନଙ୍କୁ ପ୍ରଦାନ କରାଗଲେ ମହତ କାର୍ଯ୍ୟ ହୋଇପାରିବ ବୋଲି ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଯୁବ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଥିଲେ । ଜିଲ୍ଲାପାଳଙ୍କ ଉପରୋକ୍ତ ନିଷ୍ପତ୍ତି ଯୋଗୁଁ ଚଳିତ ବର୍ଷ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ପଦାଧିକାରୀ ମାନଙ୍କୁ ଫୁଲତୋଡ଼ା ଡ଼ାଇରୀ ବଦଳରେ ମିଳିଥିବା ବହୁତ ପରିମାଣର ଖାତା, ପେନ୍, ପେନିସିଲି ଇତ୍ୟାଦି ପାଠୋପକରଣ ବର୍ତ୍ତମାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସି ପହଞ୍ଚିଛି। ପରବର୍ତ୍ତୀ ସମୟରେ ଏଗୁଡିକୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇ ଏକ ଭିନ୍ନ ତଥା ନିଆରା ପରମ୍ପରା ସୃଷ୍ଟି କରିଥିବାବେଳେ ଜିଲ୍ଲାର ଜନସାଧାରଣ ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ,ଯାହାକି ସାରା ଓଡ଼ିଶାରେ ଏକ ଉଦାହରଣ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼