December 26, 2025
Home » ନୟାଗଡ଼ ଜିଲ୍ଲାରୁ ୧୧୯ ଜଣ ବରିଷ୍ଠ ନାଗରିକ ତୀର୍ଥଭ୍ରମଣରେ ବାହାରିଲେ । 

ନୟାଗଡ଼ ଜିଲ୍ଲାରୁ ୧୧୯ ଜଣ ବରିଷ୍ଠ ନାଗରିକ ତୀର୍ଥଭ୍ରମଣରେ ବାହାରିଲେ । 

0
1000809742
ନୟାଗଡ ଜିଲ୍ଲାରୁ ୧୧୯ ଜଣ ତୀର୍ଥଭ୍ରମଣକାରୀ (ତୀର୍ଥଯାତ୍ରୀ ) ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ବାହାରିଲେ ।
ନୟାଗଡ଼ ଜିଲ୍ଲାରୁ ୧୧୯ ଜଣ ତୀର୍ଥଯାତ୍ରୀ ୩ଟି ବସ୍ ଯୋଗେ ବ୍ରହ୍ମପୁର ରେଳଷ୍ଟେସନ୍ ଅଭିମୁଖେ ଯାଇ ସେଠାରୁ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାର ୮ଟି ବ୍ଲକ, ୪ଟି ଏନ୍‌ଏସି ଓ ଗୋଟିଏ ପୌର ପରିଷଦ ମଧ୍ୟରୁ ସମୁଦାୟ ୧୦୭୭ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ଆବେଦନ କରିଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କ ମଧ୍ୟରୁ ୧୧୯ ଜଣଙ୍କୁ ମନୋନୀତ କରାଯାଇ ରବିବାର ଅପରାହ୍ଣ ସାଢ଼େ ୨ଟାରେ ନୟାଗଡ ନୂଆବସ୍ ଷ୍ଟାଣ୍ଡ୍ ଠାରୁ ସେମାନଙ୍କ ତୀର୍ଥଯାତ୍ରାର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ତୀର୍ଥଯାତ୍ରୀମାନଙ୍କ ଯାତ୍ରାର ଶୁଭ କାମନା କରିବା ସହ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ଏହି ତୀର୍ଥଯାତ୍ରୀମାନେ ସୋମବାର ବ୍ରହ୍ମ ପୁର ରେଳଷ୍ଟେସନରୁ ଦିନ ୧୧ଟାରେ ଉଜ୍ଜୟିନୀ ଏବଂ ଓଁକାରଶ୍ଵର ସ୍ବତନ୍ତ୍ର ଟ୍ରେନ୍ ଯୋଗେ ସେମାନଙ୍କ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତା ୨୨ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଥିବାବେଳେ ବ୍ରହ୍ମପୁର ଷ୍ଟେସନରୁ ସ୍ବତନ୍ତ୍ର ବସ ଯୋଗେ ନୟାଗଡ଼ ଆସିବେ ବୋଲି ସୂଚନା ଦିଆଯାଆଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *