ନୟାଗଡ଼ ଜିଲ୍ଲାରେ ଏଲ. ପି. ଜି. ଗ୍ୟାସ ସିଲିଣ୍ଡର ଉପରେ ସମୀକ୍ଷା ବୈଠକ ଓ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ।
filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 2773; AI_Scene: (-1, -1); aec_lux: 246.27914; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 36;
ନୟାଗଡ଼ ଜିଲ୍ଲାର ଓସ୍ୱାନ ଭିଡିଓ ସମ୍ମିଳନୀ କକ୍ଷରେ ଅପରାହ୍ନ ୪ଘଟିକା ସମୟରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଏଲ. ପି. ଜି. ଗ୍ୟାସ ସିଲିଣ୍ଡରର ଆବଶ୍ୟକତା ଉପରେ ଏକ ସମୀକ୍ଷା ବୈଠକ ଅନଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ମୁଖ୍ୟ ଚିକିତ୍ସା ଅଧିକାରୀ ନିଳୀମା ଲାକ୍ରା ଯୋଗ ଦେଇଥିଲେ। ଜିଲ୍ଲାପାଳ ବୈଠକରେ ନୟାଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ପର୍ଯ୍ୟାପ୍ତ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି ଏଵଂ ଲୋକମାନେ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଥିଲେ। ସମସ୍ତ ଗ୍ୟାସ ବିତରକମାନଙ୍କ ସହିତ ସୁଚାରୁରୂପେ ଯୋଗାଣ ନିମନ୍ତେ ପୁଙ୍ଖlନୁପୁଙ୍ଖ ଆଲୋଚନା କରିଥିଲେ। ଡାକ୍ତରଖାନା/ଶିକ୍ଷା ପ୍ରତିଷ୍ଠାନ/ଆହାର କେନ୍ଦ୍ର ମାନଙ୍କରେ ଗ୍ୟାସ ଯୋଗାଣ , ଗ୍ୟାସ ବିତରଣ ବେଳେ ଗଣ୍ଡଗୋଳର ସମ୍ମୁଖୀନ ନ ହେବା ପାଇଁ ତହସିଲଦାର ଏବଂ ଆଇ . ଆଇ . ସି. ମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଉପଜିଲ୍ଲାପାଳ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଥିଲେ। ମାର୍କେଟିଂ ଇନ୍ସପେକ୍ଟରମାନେ ନୋଡାଲ ଅଧିକାରୀ ଭାବେ ଗ୍ୟାସ ଏଜେନ୍ସୀ ମାନଙ୍କୁ ସହଯୋଗ କରିବେ। ଯୋଗାଣ ଅଧିକାରୀଙ୍କୁ ହେଲ୍ପ ଲାଇନ ନମ୍ବର ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ ଏବଂ ଏକ ହ୍ୱାଟ୍ସପ ଗ୍ରୁପ କରାଯାଇ ଯେଉଁଥିରେ ମାର୍କେଟିଂ ଇନ୍ସପେକ୍ଟର /ଗ୍ୟାସ ଏଜେନ୍ସୀ / ତହସିଲଦାର/ଆଇ. ଆଇ. ସି./ଉପଜିଲ୍ଲାପାଳ/ଯୋଗାଣ ଅଧିକାରୀ ଏବଂ ଅନ୍ୟ ଅଧିକାରୀମାନେ ରହିବେ ବୋଲି ପରାମର୍ଶ ଦେଇଥିଲେ। ସରକାରଙ୍କ ନିୟମାବଳୀ ଅନୁସାରେ ଗ୍ୟାସ ବୁକିଂ କରି ଘରୋଇ ଉପଭୋକ୍ତା ଗ୍ୟାସ ନେଇପାରିବେ। ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ ବୋଲି ପରାମର୍ଶ ଦେଇଥିଲେ। ଏତଦ୍ ବ୍ୟତୀତ ଜିଲ୍ଲା ସ୍ତରୀୟ ଓ ଇନଫୋରସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯିବାକୁ ସ୍ଥିର କରାଗଲା। ଏହି ସମୀକ୍ଷା ବୈଠକରେ ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଉପସ୍ଥିତ ଥିଲେ।

ସମୀକ୍ଷା ବୈଠକ ପରେ ପରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳଙ୍କ ଓସ୍ୱାନ ଭିଡିଓ କଫରେନ୍ସ ହଲରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ମଧୁମିତା ରଥ ସମୀକ୍ଷା ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ବିଷୟରେ ସାମ୍ବାଦିକ ମାନଙ୍କୁ ଅବଗତ କରିବା ସଙ୍ଗେ ସଙ୍ଗେ, ରାଜ୍ୟରେ ଏଲପିଜି ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଗଚ୍ଛିତ ଅଛି । ଗ୍ରାହକ ଗୋଟିଏ ଗ୍ୟାସ ନବାର ୨୫ ଦିନ ପରେ ପୁନର୍ବାର ଗ୍ୟାସ ପାଇଁ ବୁକିଂ କରିପାରିବେ । ଜନସାଧାରଣଙ୍କ ଅବଗତି ନିମନ୍ତେ ନିଜ ନଜର ମିଡ଼ିଆ ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରିଥିଲେ ।ଯଦି ଜିଲ୍ଲାର କୌଣସି ସ୍ଥାନରେ ରନ୍ଧନ ଗ୍ୟାସ ଅସୁବିଧା ସୃଷ୍ଟି ହୁଏ, ଜିଲ୍ଲା ପ୍ରଶାସନ ନଜରକୁ ଆଣିବାକୁ ଜିଲ୍ଲାପାଳ କହିଥିଲେ । ଗ୍ୟାସ ଉପଭୋକ୍ତାଙ୍କ ନିମନ୍ତେ ଯୋଗାଯୋଗ ପାଇଁ ଟୋଲ ଫି ନମ୍ୱର୍ – ୦୬୭୫୩-୨୫୨୪୩୯ ଜିଲ୍ଲା ପ୍ରଶାସନ ଜାରିକରିଛନ୍ତି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
