August 27, 2025
Home » ନୟାଗଡ଼ ଜିଲ୍ଲା ମହୋତ୍ସବକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼ ଜିଲ୍ଲା ମହୋତ୍ସବକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

0
WhatsApp Image 2024-12-25 at 5.50.45 PM

ନୟାଗଡ଼: ଲୋକ ସଂସ୍କୃତି,ଲୋକକଳା,ଲୋକନାଟ୍ୟ ଓ ବୀରମାଟିର ଗଡ଼ ହେଉଛି ନୟାଗଡ଼। ଜିଲ୍ଲାର ପରମ୍ପରା ଭାଇଚାରାରେ ବାନ୍ଧି ହୋଇଥିବା ବେଳେ ବୀରସୂରୀ ମାନଙ୍କର ଗୈାରବ କଥା ଭୁଲିବାର ନୁହେଁ ବୋଲି ନୟାଗଡ଼ ଜିଲ୍ଲା ମହୋତ୍ସବରେ ମୁଖ୍ୟ ଅତିଥି ହୋଇ ଉଦଘାଟନ କରିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ। ପ୍ରତିକୂଳ ପାଗ ସତ୍ତ୍ବେ ମୁଖ୍ୟମନ୍ତ୍ରୀ ନୟାଗଡ଼ ଷ୍ଟାଡିୟମରେ ଆୟୋଜିତ ମହୋତ୍ସବରେ ଯୋଗଦେଇ ସମବେତ ଜନତାଙ୍କୁ ନିଜର ଅଭିଭାଷଣ ପ୍ରସଙ୍ଗେ ଏପରି ଏକ ସମନ୍ବୟର ମହାପର୍ବ ମହୋତ୍ସବକୁ ପ୍ରଶଂସା କରିବା ସହିତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ କଥା ପ୍ରକାଶ କରିଥିଲେ। ନୟାଗଡ଼ ଜିଲାପାଳ ଅକ୍ଷୟ ସୁନୀଲ୍ ଅଗ୍ରୱାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଧାନସଭା ବାଚସ୍ପତି ସୁରମା ପାଢୀ, ସାଂସଦ ସମ୍ବିତ୍ ପାତ୍ର, ବିଧାୟକ ଡଃ ଅରୁଣ କୁମାର ସାହୁ, ରମେଶ ଚନ୍ଦ୍ର ବେହେରା, ଦୁଷ୍ମନ୍ତ କୁମାର ସ୍ବାଇଁ , ଇଂ ଦେବାଶିଷ ପଟ୍ଟନାୟକ ଓ ସ୍ବତନ୍ତ୍ର ଅତିଥି ଭାବେ ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂ ପ୍ରମୁଖ ମଞ୍ଚାସୀନ ହୋଇ ନୟାଗଡ଼ ଜିଲ୍ଲାର କଳା, ସଂସ୍କୃତିକୁ ଅବଲୋକନ କରିବା ସହିତ ଦଳମତ ନିର୍ବିଶେଷରେ ଏକାଠି ହୋଇ ସାମଗ୍ରିକ ବିକାଶକୁ ତ୍ବରାନ୍ବିତ କରିବା ଉପରେ ମତପୋଷଣ କରିଥିଲେ।।ଏହି ପରିପ୍ରେକ୍ଷୀରେ ଜିଲ୍ଲା ମହୋତ୍ସବ ‘ସ୍ମରଣିକା’କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲାବେଳେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।କୋହଲା ଓ ବର୍ଷା ପାଗ ସତ୍ତ୍ବେ ବିଭିନ୍ନ ଷ୍ଟଲ୍ ମାନଙ୍କରେ ଲୋକମାନଙ୍କ ଗହଳି ଚହଳି ଲାଗି ରହିଥିଲା।

nayagarh ru gokula sadangi nka report

Leave a Reply

Your email address will not be published. Required fields are marked *