December 26, 2025
Home » ନୟାଗଡ଼ ଜିଲ୍ଲା ମହୋତ୍ସବ ପଲ୍ଲୀଶ୍ରୀ ମେଳା, କୃଷି ଓ ଯନ୍ତ୍ରପାତି ମେଳା ଓ ପୁସ୍ତକ ମେଳାର ଦ୍ବିତୀୟ ସଂନ୍ଧ୍ୟା

ନୟାଗଡ଼ ଜିଲ୍ଲା ମହୋତ୍ସବ ପଲ୍ଲୀଶ୍ରୀ ମେଳା, କୃଷି ଓ ଯନ୍ତ୍ରପାତି ମେଳା ଓ ପୁସ୍ତକ ମେଳାର ଦ୍ବିତୀୟ ସଂନ୍ଧ୍ୟା

0
IMG_20251225_204159 (1)

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 3511; AI_Scene: (-1, -1); aec_lux: 213.26273; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 30;


ନୟାଗଡ଼ ଜିଲ୍ଲା ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା ଦର୍ଶକମାନଙ୍କୁ ବେଶ୍ ଭରପୂର ମନୋରଞ୍ଜନ ଦେଇଥିଲା। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡଃ ଅରୁଣ କୁମାର ସାହୁ ଯୋଗଦେଇ ଥିଲେ। ଜିଲ୍ଲାର ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ବ ଦେବା ସହ ନୟାଗଡ଼ ଜିଲ୍ଲାରେ ଯେତିକି ପର୍ଯ୍ୟଟନ କ୍ଷେତ୍ର ଅଛି ତାହା ଏକ ଚାରିଦିନିଆ ଟୁରିଷ୍ଟ ପ୍ୟାକେଜ୍ ହୋଇପାରିବ ବୋଲି କହିବା ସହିତ ଏଥିପାଇଁ କାର୍ଯ୍ୟ ଦୃଢ଼ତା ରହିବା ଆବଶ୍ୟକ।

ପ୍ରତିବଦ୍ଧତା ନରହିଲେ ବିକାଶର ପରିକଳ୍ପନା ଅବାସ୍ତବ ବୋଲି ବିଧାୟକ ଡଃ ସାହୁ କହିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁ, ଉପାଧ୍ୟକ୍ଷା ମୀରା ନାୟକ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ , ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ,ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ, ଉପାଧ୍ୟକ୍ଷ ବେଣୁଧର ପ୍ରଧାନ,ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଂଗୀନ୍ ମହାନ୍ତି, ଉପାଧ୍ୟକ୍ଷ ବିଶ୍ବରଂଜନ ପଟ୍ଟନାୟକ, ବିଶ୍ବରଞ୍ଜନ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟା ଝିଲି ପ୍ରଧାନ, ବିରଜାଲକ୍ଷ୍ମୀ ସାହୁ, ଚିନ୍ମୟୀ ଦାଶ, ସଂଯୁକ୍ତା ପଢିଆରୀ, ଉଜ୍ଜ୍ୱଳ ମହାରଣା, ପ୍ରମୁଖ ଯୋଗଦେଇ ଜିଲ୍ଲାର ସଂସ୍କୃତି , ଐତିହ୍ୟ ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଶେଷରେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।


ଏହି ମହୋତ୍ସବ ପରିପ୍ରେକ୍ଷୀରେ ଧାରାବାହିକ ତଥା ସିନେ ଜଗତର କମେଡିଆନ ଶଙ୍କର ଓ ପ୍ରଜ୍ଞାଙ୍କର କମେଡିରେ ଦର୍ଶକ ମାନେ ହସି ହସି ବେଦମ୍ ହୋଇଥିବା ଦେଖିବାକୁ ମିଳିଥିଲା ବେଳେ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା ଓ ତାଙ୍କ ଗ୍ରୁପ୍ ଦ୍ବାରା ପରିବେଷିତ ସଙ୍ଗୀତ ବହୁ ବିଳମ୍ୱ ଯୋଗୁଁ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଥିଲେ ।ମିଟିଂ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ସମୟରେ ହେଉନଥିବାରୁ, ନିମନ୍ତ୍ରିତ ସାଂସ୍କୃତିକ କାର୍ଯ୍ୟକ୍ରମ ବହୁତ ବିଳମ୍ୱରେ ଆରମ୍ଭ ହେଲାବେଳକୁ ଦର୍ଶକ ଅଶାନ୍ତି ହୋଇ ଚାଲିଯିବାର ଦେଖିବାକୁ ମିଳିଥିଲା । ରାତି ୧୦ ଘଟିକା ପରେ କିଏ ରହିବ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ? ଜିଲ୍ଲା ପ୍ରଶାସନ ଏଥିପ୍ରତି ସଜାଗ ରହିବା ଜରୁରୀ ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *