July 1, 2025
Home » ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ବୈଠକରେ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ନିଷ୍ପତି

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ବୈଠକରେ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ନିଷ୍ପତି

0
WhatsApp Image 2024-09-20 at 10.57.15 PM

 

ନୟାଗଡ଼,୨୦।୯: ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ନୂଆ ବସଷ୍ଟାଣ୍ଡ ସ୍ଥିତ ଟେଷ୍ଟି ଟେଷ୍ଟି ହୋଟେଲରେ ଶୁକ୍ରବାର ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାମ୍ବାଦିକ ମାନଙ୍କ ପାଇଁ ଏକ ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପାଣ୍ଠି ରେ ଶୁକ୍ରବାର ୩୦ ହଜାର ଟଙ୍କା ସାମ୍ବାଦିକମନେ ପ୍ରଦାନ କରିଛନ୍ତି। ୫୦ ହଜାର ଟଙ୍କା ଆଦାୟ ପରେ ନୟାଗଡ଼ ପୋଷ୍ଟ ଅଫିସରେ କଲ୍ୟାଣ ପାଣ୍ଠି ଦେୟ ଯୁଗ୍ମ ଆକାଉଣ୍ଟ ରେ ଡିପୋଜିଟ ହେବ। କୌଣସି କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ କଲ୍ୟାଣ ପାଣ୍ଠିରୁ ଅନ୍ତିମ ସଂସ୍କାର ପାଇଁ ତୁରନ୍ତ ୩ ହଜାର ଟଙ୍କା ସହାୟତା ପ୍ରଦାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଜିଲ୍ଲା ସଂଘ କାର୍ଯ୍ୟାଳୟ ପାଇଁ ଏକ ଗୃହର ଆବଶ୍ୟକ ହେଉଥିବାରୁ ଭଡ଼ାସୂତ୍ରରେ ଏକ ଘର ନେବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେହିପରି ଜିଲ୍ଲା ସଂଘ ସଦସ୍ୟ ମାନଙ୍କ ପାଇଁ ପରିଚୟ ପତ୍ର ତିଆରି କରିବା ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ଦାଶ, ସୁବାସ ମହାପାତ୍ର, ନିଶିକାନ୍ତ ରଥ,ପୁରୁଷୋତ୍ତମ ମହାପାତ୍ର,ଶିବରାମ ମହାପାତ୍ର,ଗୋକୁଳ କୁମାର ଷଡ଼ଙ୍ଗୀ, ପ୍ରଭାସିନୀ ନନ୍ଦ, ଏମ. ଔରଙ୍ଗଜେବ, ପ୍ରଜ୍ଞାପାର୍ଥ ପଟ୍ଟନାୟକ, ପ୍ରମୋଦ କୁମାର ନନ୍ଦ, ଶୁଭାଶିଷ ପଟ୍ଟନାୟକ,ବିଭୂତି ଭୂଷଣ ପଟ୍ଟନାୟକ ଏବଂ ଦୀପକ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *