December 20, 2025
Home » ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ କର୍ମକର୍ତ୍ତା ଚୟନ

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଂଘ କର୍ମକର୍ତ୍ତା ଚୟନ

0
Screenshot_2024_1220_233254

ନୟାଗଡ଼, (ଇପିଏ)ଜିଲ୍ଲାର ସର୍ବ ପୁରାତନ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘର ଗତ ତା ୧.୧୨.୨୦୨୪ ରିଖ ଦିନ ସାଧାରଣ ଅଧିବେଶନ ନିଷ୍ପତ୍ତି ଅନୁଯାୟୀ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ ସଙ୍ଘ ପରିଚାଳନା ପାଇଁ କର୍ମକର୍ତ୍ତା ମନୋନୀତ କରିଛନ୍ତି। ସଙ୍ଘର ଉପଦେଷ୍ଟା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣୀ, ରବିନ୍ଦ୍ର କୁମାର ପଟ୍ଟନାୟକ, ବିନାୟକ ମିଶ୍ର, ରାମେଶ୍ବର ଶତପଥୀ , ଓ ଆଦର୍ଶ ପଟ୍ଟନାୟକ ରହିଥିବାବେଳେ ବେଳେ କାର୍ଯ୍ୟକାରୀ ସଭାପତିଭାବେ ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ମହାପାତ୍ର ଓ ନିଶିକାନ୍ତ ରଥ ରହିଛନ୍ତି । ସାଧାରଣ ସମ୍ପାଦକଭାବେ ପ୍ରଦୀପ୍ତ କୁମାର ରଥ, ସଂଗଠନ ସମ୍ପାଦକଭାବେ ଶିବରାମ ମହାପାତ୍ର ଓ ଜୟେନ୍ଦ୍ର କୁମାର ବେହେରା, କାର୍ଯ୍ୟାଳୟ ଉପସଭାପତିଭାବେ ପୁରୁଷୋତ୍ତମ ମହାହପାତ୍ର, କାର୍ଯ୍ୟାଳୟ ସମ୍ପାଦକ ସୁରେନ୍ଦ୍ର କୁମାର ପ୍ରଧାନ ରହିଛନ୍ତି। କୋଷାଧ୍ୟକ୍ଷ ଭାବେ ଗୋକୁଳ କୁମାର ଷଡଙ୍ଗୀ ରହିଛନ୍ତି । ଗଣମାଧ୍ଯମ ସଂଯୋଜକଭାବେ ଲକ୍ଷ୍ମୀଧର ସାହୁ ଓ ସୁରେନ୍ଦ୍ର କୁମାର ପ୍ରଧାନ ରହିଛନ୍ତି । ଏତଦ୍ ବ୍ୟତୀତ ପ୍ରତ୍ୟେକ ବ୍ଲକ୍‌ରେ ଜଣେ ଜଣେ ଉପସଭାପତି ଏବଂ ସଂଯୋଜକ ସଂପୃକ୍ତ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ମନୋନୟନ କରାଯିବା ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ କମିଟିକୁ ୧୧ଜଣଙ୍କୁ ମନୋନୀତ କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ସଭାପତି ପ୍ରମୋଦ ପଟ୍ଟନାୟକ ଜଣାଇଛନ୍ତି ।

ନୟାଗଡ ଜିଲ୍ଲା ଇପିଏ ରୁ ଗୋକୁଳ ଷଡ଼ଙ୍ଗୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି

Leave a Reply

Your email address will not be published. Required fields are marked *