March 14, 2025
Home » ନୟାଗଡ଼ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

ନୟାଗଡ଼ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

0

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 5750; AI_Scene: (-1, -1); aec_lux: 225.54813; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 39;

ନୟାଗଡ଼ ତା ୧୪.୧୨.୨୦୨୪ ରିଖ ଶନିବାର ଦିନ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପଦର୍ଶନୀ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଓଡଗାଁ ବ୍ଲକ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ ସଂଯୋଜନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ବଟକିଶୋର ମହାପାତ୍ର ଅତିଥି ପରିଚୟ ପ୍ରଦାନ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶରତ କୁମାର ସାହୁ ବିବରଣୀ ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦିପ୍ତିମୟୀ ପ୍ରିୟଦର୍ଶିନୀଙ୍କ ସମେତ ସମସ୍ତ ୮ଟି ବ୍ଲକର ଶିକ୍ଷାଧିକାରୀମାନେ ଉପସ୍ଥିତ ରହିଥିଲେ। ବିଜ୍ଞାନ ବିନାଶର କାରଣ ନହେଉ ତଥା ବିଜ୍ଞାନକୁ ପ୍ରଚାର ପ୍ରସାର କରିବା ଦିଗରେ ସମସ୍ତଙ୍କ ପ୍ରଚେଷ୍ଟା ରହିବା ଦରକାର ବୋଲି ଉପସ୍ଥିତ ଅତିଥି ମାନେ କହିଥିଲେ। ଅନ୍ୟ ପକ୍ଷରେ ବିଜ୍ଞାନକୁ ବ୍ୟବହାର କରି ସମାଜର ହିତସାଧନ କରିବାକୁ ଅତିଥି ମାନେ ଗୁରୁତ୍ବ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣକୁ ସାମ୍ନାକୁ ଆଣିବା ପାଇଁ ସରକାର ବାଲ ବୈଜ୍ଞାନିକ ପଦର୍ଶନୀ ଆୟୋଜନ କରିଥିବା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ପଟ୍ଟନାୟକ ପ୍ରକାଶ କହିଥିଲେ। ଦଶପଲ୍ଲା ବିଧାୟକ ବିଜ୍ଞାନର ଲୋକପ୍ରିୟତା ନିଶ୍ଚିତ ଭାବେ ବୃଦ୍ଧି ପାଇଛି ବୋଲି କହିଥିଲେ। ‘ସ୍ଥାୟୀ ଭବିଷ୍ୟତ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା’ ବିଷୟ ବସ୍ତୁକୁ ନେଇ ଏହି ବିଜ୍ଞାନ ମେଳାରେ ପ୍ରତ୍ୟେକ ବ୍ଲକରୁ ୭ଟି ଲେଖାଏଁ ପ୍ରକଳ୍ପ ଏହିପରି ମୋଟ ୫୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ସେଥି ମଧ୍ୟରୁ ୭ଟି ପ୍ରକଳ୍ପ ରାଜ୍ୟସ୍ତରକୁ ମନୋନୀତ ହୋଇଥିଲା। ଏହି ପ୍ରକଳ୍ପ ଗୁଡ଼ିତ ମଧ୍ୟରେ ରଣପୁର ବ୍ଲକ ଆର.ଡି ନୋଡାଲ ହାଇସ୍କୁଲ ଛାତ୍ରୀ ଅମିତା ସ୍ୱାଇଁ,ଦଶପଲ୍ଲା ବ୍ଲକ ନଛିପୁର ଉଚ୍ଚ ବିଦ୍ୟାଳୟର ମେଘନା ଖମାରି, ଇଟାମାଟି ବାମନ ଅବକାଶ ହାଇସ୍କୁଲର ଆଶୁତୋଷ ମହାରଣା,ଖଣ୍ଡପଡା ଓଏଭିର ଅଦିତି ତ୍ରିପାଠୀ,ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିବାନୀ ପ୍ରଧାନ,ଓଡଗାଁ ବ୍ଲକ ରୋହିବାଙ୍କ ହାଇସ୍କୁଲର ସ୍ୱପ୍ନାରାଣୀ ପ୍ରଧାନ,ନୟାଗଡ଼ ବ୍ଲକ ଓଏଭି ନୋତର ଛାତ୍ର ଭବେଶ ତ୍ରିପାଠୀଙ୍କ ପ୍ରକଳ୍ପ ଗୁଡ଼ିକ ରାଜ୍ୟସ୍ତରକୁ ମନୋନୀତ ହୋଇଛି ।ନୟାଗଡ଼ ଜିଲ୍ଲାର ଉପରୋକ୍ତ ପ୍ରକଳ୍ପ ଗୁଡ଼ିକ ବରଗଡ଼ ଜିଲ୍ଲା ବରପାଲି ହାଇସ୍କୁଲରେ ହେବାକୁ ଥିବା ରାଜ୍ୟସ୍ତର ବିଜ୍ଞାନମେଳାରେ ପ୍ରଦର୍ଶିତ ହେବ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *