July 1, 2025
Home » ନୟାଗଡ଼ ବାନାଞ୍ଚଳରେ କଳା ବାଘ ପୁର୍ନବାର ଛୁଆ ଜନ୍ମ କଲା

ନୟାଗଡ଼ ବାନାଞ୍ଚଳରେ କଳା ବାଘ ପୁର୍ନବାର ଛୁଆ ଜନ୍ମ କଲା

0
Photo

ନୟାଗଡ଼ : କଳା କଲରାପତରିଆ ବାଘ ଦ୍ଵିତୀୟ ଥର ପାଇଁ ମା’ ହେଲା ।ସୂଚନା ଦେଇଛନ୍ତି ନୟାଗଡ଼ ବନାଞ୍ଚଳ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ । ଚାରି ଗୋଟି କଳା କଲରାପତରିଆ ବାଘ ନୟାଗଡ଼ ବନାଞ୍ଚଳ ଓ ମହାନଦୀ ୱାଇଲଡ଼ ଲାଇଫ ବନାଞ୍ଚଳ ଅଧୀନରେ ରହିଥିଲେ। ୨ଟି ବାଘ ଛୁଆ ଗତବର୍ଷ ଜନ୍ମ ନେଇଥିବା ଶୁଣିବାକୁ ମିଳିଥିଲା ।ବର୍ତ୍ତମାନ ବାଘ ଛୁଆ ଜନ୍ମ ଦେଇଥ‌ିବା ନଜର ଆସିଛି। ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି ପିସିସିଏଫ ପ୍ରେମ୍ କୁମର ଝା। ସେହି ସିସି କ୍ୟାମେରାରେ ଦେଖିବାକୁ ମିଳୁଛି କଳା ବାଘଟି ଛୁଆକୁ ପାଟିରେ ନେଇକି ଯାଉଛି । କେତୋଟି ବାଘ ଛୁଆ ଜନ୍ମ ହୋଇଛନ୍ତି ବନ ବିଭାଗ ପାଖରେ ସଠିକ ଖବର ନାହିଁ । ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀଙ୍କ ସୂଚନା ବାଘ ଓ ବାଘ ଛୁଆ ଚଳ ପ୍ରଚଳ କ୍ୟାମେରାରେ କଏଦ ହେଲେ ଛୁଆ ସଂଖ୍ୟା ଜଣା ପଡ଼ିବ ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *