December 19, 2025
Home » ନୟାଗଡ଼ ମ୍ୟୁନିସିପାଲଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସର କାର୍ଯ୍ୟାଦେଶ ବଣ୍ଟନ

ନୟାଗଡ଼ ମ୍ୟୁନିସିପାଲଟି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସର କାର୍ଯ୍ୟାଦେଶ ବଣ୍ଟନ

0
unnamed (1)

ନୟାଗଡ଼ ମ୍ୟୁନିସିପାଲିଟି ପକ୍ଷରୁ ସହରର ୬୮ଟି ଯୋଗ୍ୟ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ନୟାଗଡ଼ ସଂସ୍କୃତି ଭବନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡଃ ଅରୁଣ କୁମାର ସାହୁ ଯୋଗଦେଇ ଏହି କାର୍ଯାଦେଶ ବଣ୍ଟନ କରିଛନ୍ତି। ମ୍ୟୁନିସିପାଲଟି ଚେୟାରମ୍ୟାନ ନିରୁପମା ଖଟେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାଇସ ଚେୟାରମ୍ୟାନ ଗୁରୁପ୍ରସାଦ ଜେନା, କାଉନସିଲର ଜାନକୀବଲ୍ଲଭ ଜେନା, ଉର୍ମିଳା ଜେନା, ଦୀନବନ୍ଧୁ ଗୁରୁ, ଲକ୍ଷ୍ମୀଧର ମହାପାତ୍ର,ଶର୍ମିଷ୍ଠା ପ୍ରଧାନ,ଆଦିତି ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗଜେନ୍ଦ୍ର ମହାରଣା, ଶୁଭାଶିଷ ସେଠୀ, ରଞ୍ଜନ କୁମାର ମହାପାତ୍ର ସହଯୋଗ କରିଥିଲେ।ଆବାସ ଗୃହ ନିର୍ମାଣ ପାଇଁ ୨ଲକ୍ଷ ୫୦ ହଜାର ଟଙ୍କା ସରକାରୀ ଅନୁଦାନ ଥିବାବେଳେ ୫ଟି କିସ୍ତିରେ ଏହି ଟଙ୍କା ମିଳିବ । ୪ମାସ ଭିତରେ ଗୃହ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ କଲେ ୨୦ ହଜାର ଟଙ୍କା ଓ ୬ମାସ ଭିତରେ ଶେଷ କଲେ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ ବୋଲି ସୂଚନା ରହିଛି।୨୦୧୭ ମସିହାରୁ ଏଯାବତ୍ ୪୪୫ ଜଣ ଆବାସ ଯୋଜନାରେ ଗୃହ ନିର୍ମାଣ କରିଥିବା ଜଣାପଡିଛି।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *