October 23, 2025
Home » ନୟାଗଡ଼ ସହରରେ ମା ଶ୍ୟମା କାଳୀଙ୍କ ପୂଜା ଜାକଜମକରେ ପାଳିତ

ନୟାଗଡ଼ ସହରରେ ମା ଶ୍ୟମା କାଳୀଙ୍କ ପୂଜା ଜାକଜମକରେ ପାଳିତ

0
WhatsApp Image 2025-10-22 at 2.00.06 PM

 

ନୟାଗଡ଼ : ନୟାଗଡ଼ ପୌର ପରିଷଦର ୫ ନମ୍ବର ୱାର୍ଡ ସ୍ଥିତ ସାଗର ପୁଷ୍କରିଣୀ ତଟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମାଆ ଶ୍ୟାମା କାଳୀଙ୍କ ପୂଜା ଜାକଜମକରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଦୀପାବଳୀର ବିଳମ୍ବିତ ରାତ୍ରୀରେ ସାଗର ପୁଷ୍କରିଣୀ ଜଳରେ କଳସ ସ୍ଥାପନ ପରେ ଏଠାରେ ପୂଜା ଆରମ୍ଭ ହୋଇଥିଲା ।ପ୍ରଥମ ଦିବସରେ ଅନୁଗୋଳରୁ ଆସିଥିବା ମହିଳା ସଙ୍କୀର୍ତ୍ତନ ଦଳ ସଙ୍କୀର୍ତ୍ତନ ପରିବେଷଣ କରିଥିଲେ । ସକାଳୁ ମା କାଳୀଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ଏହି ପୂଜା ମଣ୍ଡପ ଠାରେ ବହୁତ ଭିଡ଼ ଆରମ୍ଭ ହୋଇଥିଲା। ମା କାଳୀଙ୍କ ଏହି ଆଦି ପୀଠରେ ପ୍ରତିବର୍ଷ ତୋରଣ ଓ ଆଲୋକ ସଜ୍ଜା ମଧ୍ୟ ବେଶ୍ ଆକର୍ଷଣୀୟ ହୋଇ ଥାଏ। ଏତଦ୍ ବ୍ୟତୀତ ଆସନ୍ତା କାଲି ଏଠାରେ ନାଟକ ବାଟରେ ବୁଲୁଛି ବ୍ରହ୍ମ ଚଣ୍ଡାଳ ଅନୁଷ୍ଠିତ ହେବ ସହ ମାଗଣା ଅନ୍ନ ପ୍ରସାଦ ବଣ୍ଟନ କରାଯିବ। ୩ ୟ ଦିବସରେ ସନ୍ଧ୍ୟାରେ ମା ଙ୍କ ପଣା ବଣ୍ଟନ ସହ ଚରୁ ପ୍ରସାଦ ବଣ୍ଟନ କରାଯିବ । ଅନ୍ତିମ ଦିବସ ୨୪ ତାରିଖ ଦିନ ଅପରାହ୍ନରେ ମା ଙ୍କର ଭସାଣି କରାଯିବ । ପୂଜା କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇ ସମସ୍ତ କ୍ଷେତ୍ରରେ ଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଆଇନ ସୁରକ୍ଷା ପାଇଁ ପୋଲିସର ସହାୟତା ନିଆଯାଇଛି ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *