April 25, 2025
Home » ନୟାଗଡ଼ ସିରୀୟସ୍ ଜୋନ ନାଟ୍ୟାନୁଷ୍ଠାନ ପକ୍ଷରୁ ଚାରିଦିନ ବ୍ୟାପି ଉଦ୍ଘାଟନ ହେଲା ନାଟକ ମହୋତ୍ସବ

ନୟାଗଡ଼ ସିରୀୟସ୍ ଜୋନ ନାଟ୍ୟାନୁଷ୍ଠାନ ପକ୍ଷରୁ ଚାରିଦିନ ବ୍ୟାପି ଉଦ୍ଘାଟନ ହେଲା ନାଟକ ମହୋତ୍ସବ

0

ନୟାଗଡ଼: ଆଜି ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ନୟାଗଡ଼ର ଅନନ୍ଯ ନାଟ୍ୟାନୁଷ୍ଠାନ ସିରିୟସ୍ ଜୋନ୍ ଦ୍ବାରା ଆୟୋଜିତ ଚାରିଦିନଧରି ଚାଲିବାକୁ ଥିବା ନାଟକ ମହୋତ୍ସବ ଉଦ୍ଘାଟନୀ ସଂଧ୍ୟାରେ ସଭାପତି କିଷାନ କୁମାର ଦାସ, ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ଇଂଜିନିୟର ଅଜୟ ମହାପାତ୍ର, ନାଟ୍ୟକାର କୈଳାଶ ଚନ୍ଦ୍ର ଓଝା ପ୍ରମୁଖ ଉପସ୍ଥିତରେ ଉଦ୍ଘାଟିତ ହୋଇଯାଇଛି ।

ଅତିଥି ମାନେ ନାଟକ ସମାଜକୁ ସଠିକ୍ ଦିଗଦର୍ଶନ ଦେବାରେ ସହାୟକ ହୁଏ ବୋଲି ମତ ରଖିଥିଲେ। ଏହି ଅବସରରେ ପ୍ରଥମ ଦିନରେ ସିରୀୟସ ଜୋନର ବହୁ ଚର୍ଚ୍ଚିତ ନାଟକ ବାଞ୍ଝ ମଞ୍ଚସ୍ଥ ହୋଇଥିଲା। ଇଂ ଅଜୟ ମହାପାତ୍ରଙ୍କ ଲିଖିତ ଏହି ଗପକୁ ନାଟ୍ଯରୂପ ଦେଇଥିଲେ କୈଳାସ ଚନ୍ଦ୍ର ଓଝା । ସାମାଜିକ ରୀତିନୀତି ବ୍ଯବସ୍ଥା, ବିଚାରବୋଧ ଆଧାରିତ ଏହି ସଂସ୍ଥାରଧର୍ମୀ ନାଟକ ବାଞ୍ଝର ନିର୍ଦ୍ଦେଶନା ଦେଇଥିଲେ ଯାମିନୀ କାନ୍ତ ମିଶ୍ର ଓ ସହ ନିର୍ଦେଶକ ପ୍ରଶାନ୍ତ କୁମାର ସାମନ୍ତରାୟ । ସହଯୋଗରେ ଥିଲେ କାମାକ୍ଷା ଦାଶ,ପ୍ରଫୁଲ୍ଲ କୁମାର ନାୟକ,ଇଂଜିନିୟର ରମେଶ ଚନ୍ଦ୍ର ମହାପାତ୍ର, ସୁଦର୍ଶନ ସାହୁ (ମନୁ ଭାଇ) ରଘୁନାଥ ସାହୁ, ଗୋକୁଳ କୁମାର ଷଡ଼ଙ୍ଗୀ ଓ ଅନୁଷ୍ଠାନର ସଭ୍ୟ ବୃନ୍ଦ ।

ଅଭିନୟରେ ଯାମିନୀ, ପବିତ୍ର, ରାମ, କମଳ, ଗତିକୃଷ୍ଣ, ଅମ୍ଲାନ,ଧରିତ୍ରୀ,ଶିବାନୀ,ଓ ସୋନାଲି ନିଖୁଣ ଅଭିନୟ କରିଥିଲେ। ମିୟୁଜିକରେ ରାଜେଶ ପଣ୍ଡା,ରୁପ ସଜାରେ ରମେଶ ବାରିକ , ସାଉଣ୍ଡରେ ବିପି, ଆଲୋକରେ ବିକାଶ ପ୍ରଧାନ ଓ ସାଜସଜାରେ ନୃସିଂହ ଥିଲେ ।ସଫଳତାର ସହ ବହୁ ସ୍ଥାନରେ ଯଥା ଭୁବନେଶ୍ୱର, ବ୍ରହ୍ମପୁର,ବାଲେଶ୍ଵର,ଇତ୍ୟାଦ ଏହି ନାଟକ ମଞ୍ଚସ୍ଥ ହୋଇଥିବାବେଳେ ଆଜି ନବମ ଥର ଏହି ନାଟକ ଉଦ୍ଘାଟନୀ ସଂଧ୍ୟାରେ ନାଟ୍ୟପ୍ରେମୀ ମାନଙ୍କ ହୃଦୟକୁ ଛୁଇଥିବା ବେଳେ ନାଟକଟି ଖୁବ୍ ଭଲପାଇବା ସାଉଁଟିଥିଲା। ନାଟ୍ୟପ୍ରମୀ ଦର୍ଶକ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ନାଟକକୁ ଉପଭୋଗ କରିବା ସହିତ କଳାକାରମାନଙ୍କୁ କରତାଳି ଦେଇ ଉତ୍ସାହିତ କରିଥିଲେ। ସିରିୟସ୍ ଜୋନ୍ ର ଏହି ପ୍ରୟାସକୁ ନାଟ୍ଯପ୍ରେମୀ ମାନେ ଖୁବ୍ ପ୍ରଶଂସା କରିଛନ୍ତି ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *