ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବିବାଦ ଘନେଇଲା

ନୟାଗଡ଼ : ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଗତ ଡିସେମ୍ବର ୩୦ ତାରିଖରେ ଅଧ୍ୟକ୍ଷ ଡ଼.ବିପିନ କୁମାର ପଟ୍ଟନାୟକଙ୍କୁ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ବାନାମ୍ୱର ପୃଷ୍ଟି ମାଡ଼ ମାରିବା ଘଟଣାରେ ଟାଉନ ଥାନାରେ ଅଭିଯୋଗ କରିଥିଲେ ।ଆଜକୁ ୧୭ ଦିନ ହୋଇଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ମିଳିତ ହୋଇ ଜିଲ୍ଲାପାଳ ନିକଟରେ ପୁନର୍ବାର ଦାବିକରିଛନ୍ତି ଶ୍ରୀ ପୃଷ୍ଟିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ।କାରଣ ଅତୀତରେ ଏହି ଘଟଣାକୁ ନେଇ ଅଧ୍ୟାପକ ଶ୍ରୀ ପୃଷ୍ଟିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଥିଲା ।
ଆଜି ଜିଲ୍ଲାପାଳ ଅନ୍ୟ କାର୍ଯ୍ୟ ଯୋଗୁଁ କାର୍ଯ୍ୟାଳୟରେ ନଥିବାରୁ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଦାବିପତ୍ର ଗ୍ରହଣ କରିଥିଲେ ।ଯଦି ଓଡ଼ିଆ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟିଙ୍କୁ ବହିଷ୍କାର କରାନଯାଏ ତେବେ ଆସନ୍ତା କାଲି ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।ଅଧ୍ୟାପକ ଶ୍ରୀ ପୃଷ୍ଟି ଜାମିନରେ ଆସିଥିବା ଶୁଣିବାକୁ ମିଳୁଛି ।ବର୍ତ୍ତମାନ ସୁନାମଧନ୍ୟ ସ୍ଵୟଂଶାସିତ ନୟାଗଡ଼ ମହାବିଦ୍ୟାଳୟରେ ତୀବ୍ର ବିବାଦ ଓ ଅସନ୍ତୋଷ ଘନେଇବାରେ ଲାଗିଛି ।ଛାତ୍ର/ଛାତ୍ରୀଙ୍କ ଶିକ୍ଷାଦାନରେ ଘୋର ବାଧା ପରିଲକ୍ଷିତ ହୋଇଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।