December 20, 2025
Home » ନୟାଗଡ ଜିଲ୍ଲାର ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯକ୍ରମ

ନୟାଗଡ ଜିଲ୍ଲାର ନିରନ୍ତର ବିକାଶ ଲକ୍ଷ୍ୟ ଉପରେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯକ୍ରମ

0
1000848580

ନୟାଗଡ଼ ଜିଲ୍ଲାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ( ସୃଜନ ) ଠାରେ ଜିଲ୍ଲା ସ୍ତରୀୟ “ସଷ୍ଟେନେବଲ ଡେଭେଲପମେଣ୍ଟ ଗୋଲ” (ବିକାଶ ଲକ୍ଷ୍ୟ )ଉପରେ ଏକ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥ‌ିରେ ମୁଖ୍ୟ ଉନ୍ନୟନ ଅଧିକାରୀ, ଲଗ୍ନଜିତ ରାଉତ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥ୍‌ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥ‌ିବା ବେଳେ ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ/ ଅଧ୍ୟାପକ, ଅର୍ଥନୀତି, ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟ ଡ.ଆଶୁତୋଷ ମିଶ୍ର । ରିଶୋର୍ସ ପର୍ସନ ଭାବେ ଆସିଷ୍ଟାଣ୍ଟ ଡାଇରେକ୍ଟର, ଏସ. ଆଇ. ଡ଼ି, ସନ୍ତୋଷ କୁମାର ପାତ୍ର ଯୋଗ ଦେଇଥିଲେ।

ଏହି କାର୍ଯକ୍ରମରେ ମୁଖ୍ୟ କୃଷି ଅଧିକାରୀ ସ୍ବାଗତ ଭାଷଣ ରଖିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥ୍‌ ମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା ଏବଂ ପରେ ଜିଲ୍ଲା ଓ ମୁଖ୍ୟ ଉନ୍ନୟନ ଅଧ୍ୟାକାରୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ୧୭ ଗୋଟି ବିଷୟରେ ଯଥା ଦାରିଦ୍ର୍ୟ ମୁକ୍ତ, କ୍ଷୁଧା ମୁକ୍ତ, ସୁସ୍ଥ ଓ ନିରାମୟ ଜୀବନ, ଗୁଣାତ୍ମକ ଶିକ୍ଷା, ଲିଙ୍ଗଗତ ସମାନତା, ସ୍ବଚ୍ଛ ଜଳ ଓ ପରିମଳ, ସୁଲଭ ଓ ସ୍ବଚ୍ଛ ଶକ୍ତି, ମର୍ଯ୍ୟାଦା ସମ୍ପର୍ଣ୍ଣ କାର୍ଯ୍ୟ ଓ ଅର୍ଥନୈତିକ ବିକାଶ, ଜଳ ଭିତରେ ଜୀବନ ଇତ୍ୟାଦି ଉପରେ ସୂଚନା ରଖୁଥିଲେ । ଏହାପରେ ପୌରପରିଷଦ ଅଧକ୍ଷା ୨୦୩୦ ମସିହା ସୁଦ୍ଧା ସଷ୍ଟେନେବଲ ଡେଭେଲପମେଣ୍ଟ ଗୋଲ ପାଇଁ ଆମ ନୟାଗଡ଼ ଜିଲ୍ଲାର ତୃଣମୂଳ ସ୍ତରରେ କିପରି ଲକ୍ଷ୍ୟ ହାସଲ କରାଯାଇପାରିବ ସେଥିପ୍ରତି ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ବକ୍ତବ୍ୟରେ କହିଲେ ଯେ ଜିଲ୍ଲାର ଉନ୍ନତି ପାଇଁ ଆମକୁ କିଛି ସ୍ବତନ୍ତ୍ର ଭାବେ ସ୍ବପ୍ନ ଦେଖ‌ିବାକୁ ହେବ । ଯେକୌଣସି ହିତାଧିକାରୀ ନିଜର ପରିସର ଭିତରେ ତଥା ଦାୟିତ୍ଵ ପରିସରରୁ ବାହାରି ଆନ୍ତରିକତାର ସହିତ ସ୍ବତନ୍ତ୍ର ଭାବେ କିଛି କରିପାରିଲେ,ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସାକାର ହୋଇପାରିବ । ଅଧ୍ୟାପକ, ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟ, ନୟାଗଡ ଯୋଜନା ଉପରେ ୨୦୩୦ ସୁଦ୍ଧା ସମସ୍ତଙ୍କ ସମ୍ମିଳିତ ଚେଷ୍ଟା ଫଳରେ ସଷ୍ଟେନେବଲ ଡେଭେଲପମେଣ୍ଟ ଗୋଲ ସାକାର ହୋଇପାରିବ ବୋଲି ମତାମତ ଦେଇଥିଲେ । ରିଶୋର୍ସ ପର୍ସନ, ଏସ. ଆଇ. ଡ଼ି ମଧ୍ୟ କହିଥିଲେ ଯେ ସଷ୍ଟେନେବଲ ଡେଭେଲପମେଣ୍ଟ ଗୋଲ-୨୦୩୦ ର ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ପଞ୍ଚାୟତ ସ୍ତରରେ ତୃଣମୂଳ ସ୍ତରରୁ କାର୍ଯ୍ୟକ୍ରମକୁ ଆଗେଇ ନବାକୁ ପଡିବ। ଡେଭଲପମେଣ୍ଟ ୨ ପ୍ରକାରର ଯଥା. ଏରିଆ ଡେଭଲପମେଣ୍ଟ ଏବଂ ସୋସାଇଟି ଡେଭଲପମେଣ୍ଟକୁ ବୁଝାଇ ଥାଏ। ସମସ୍ତଙ୍କ ସମ୍ମିଳିତ ସହଯୋଗରେ ଏହା ସମ୍ଭବ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ପରିଶେଷରେ ଧନ୍ୟବାଦ ପୂର୍ବକ ସଭା ସାଙ୍ଗ କରାଯାଇଥିଲା ।

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *