March 20, 2026
Home » ନୟାଗଡ ଜିଲ୍ଲାର ଭୂତଳ ଜଳ ସ୍ଥିତି ଉପରେ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ।

ନୟାଗଡ ଜିଲ୍ଲାର ଭୂତଳ ଜଳ ସ୍ଥିତି ଉପରେ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ।

0
1000991738
ନୟାଗଡ଼,: ନୟାଗଡ ଜିଲ୍ଲାପରିଷଦ ସୃଜନ ସମ୍ମିଳନୀ କକ୍ଷରେ ଏନ ଏ କିୟୁ ୟୁ ଆଇ ଏମ ସୁପାରିଶ ଏବଂ ଭୁତଳ ଜଳ ପରିଚାଳନା ଉପରେ ଏକ କର୍ମଶାଳା ସକାଳ ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ କେନ୍ଦ୍ରୀୟ ଭୁତଳ ଜଳ ବିଭାଗର ବୈଜ୍ଞାନିକ ସୁମିତ୍ରା ସରକାର, ମୌସୁମୀ ସାହୁ , ସଞ୍ଜୟ ନାୟକ, ଏପିଡି, ଆଡମିନ ଜିତେନ୍ଦ୍ର ନାୟକ, ପିଡି, ଜଳ ବିଭାଜିକା ଶୁଭେନ୍ଦ୍ର କୁମାର ପରିଡା ଯୋଗ ଦେଇଥିଲେ l ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ । ନୟାଗଡ ଜିଲ୍ଲାର ଭୂତଳ ଜଳ ସ୍ଥିତିର ସମ୍ପୂର୍ଣ୍ଣ ଦୃଶ୍ୟପଟ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ଭୁବନେଶ୍ୱରର ବୈଜ୍ଞାନିକମାନେ ଆଲୋଚନା କରିଥିଲେ I ନୟାଗଡ ବ୍ଲକର ଭୂତଳ ଜଳର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ବୋଲି ବୈଜ୍ଞାନିକ ମାନେ କହିଥିଲେ I ଆଜି ପର୍ଯ୍ୟନ୍ତ ପ୍ରାୟ ୮୭ ପ୍ରତିଶତ ଭୂତଳ ଜଳ ବ୍ୟବହାର କରାଯାଇଛି I ଭୂତଳ ଜଳ କିପରି ବୃଦ୍ଧି କରାଯିବ ଏବଂ ଭୂତଳ ଜଳର ସୁବିଚାରପୂର୍ଣ୍ଣ ବ୍ୟବହାର ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା I ଏହି କାର୍ଯ୍ୟକ୍ରମରେ ଉପ ନିର୍ଦେଶକ, ଉଦ୍ୟାନ ବିଭାଗ, ବିଡ଼ିଓ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ, ଜଳ ସେଚନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *