ନୟାଗଡ ଜିଲ୍ଲା କଂଗ୍ରେସ କମିଟିର ସମ୍ବିଧାନ ବଞ୍ଚାଓ ଦିବସ ଉପଲକ୍ଷେ କାର୍ଯ୍ୟକ୍ରମ ।
ନୟାଗଡ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତୀୟ ସମ୍ବିଧାନ ଦିବସ ଅବସରରେ ଜାତୀୟ ସଂହତିକୁ ବଜାୟ ରଖି ନାଗରିକଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ତଥା ସମ୍ବିଧାନର ଗାରିମା ଓ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିବା ପାଇଁ ଅଖିଳ ଭରତ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଆଜି ପୂର୍ବାହ୍ନରେ ସ୍ଥାନୀୟ ତ୍ରିନାଥ ଛକ ଗାନ୍ଧୀ ମୂର୍ତ୍ତିରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା l ଅପରାହ୍ନରେ ଜୟ ଭୀମ ରାଓ ଆମ୍ବେଦକରକୀ ଜୟ, ମହାତ୍ମା ଗାନ୍ଧୀକୀ ଜୟ ସ୍ଲୋଗାନ ସହିତ ଡିସିସି ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ନେତୃତ୍ୱରେ ସିନ୍ଦୁରିଆ ଠାରୁ ଟ୍ରାଫିକ ଛକ ପର୍ଯ୍ୟନ୍ତ ସମ୍ବିଧାନ ବଞ୍ଚାଓ ପଦଯାତ୍ରାରେ ଶତାଧିକ ଛାତ୍ର ଯୁବକ ଓ କଂଗ୍ରେସ କର୍ମୀ ଯୋଗଦେଇ ଥିଲେ l

ଟ୍ରାଫିକ ଛକ ଠାରେ ସମ୍ବିଧାନ ପ୍ରଣୟନ ମୁଖ୍ୟ ବିନ୍ଧାଣୀ ଡ଼.ଭୀମରାଓ ଆମ୍ବେଦକର ଏବଂ ସମ୍ବିଧାନ ରଚୟିତା ପଣ୍ଡିତ ଜବାହାରଲାଲ ନେହେରୁ, ସର୍ବପଲ୍ଲୀ ରାଧା କ୍ରିଷ୍lନ, ସର୍ଦାର ବଲ୍ଲଭଭାଇ ପଟେଲ, ଡ଼.ରାଜେନ୍ଦ୍ର ପ୍ରସାଦ ନମ୍ରତା ଏବଂ କଠୋରତା ମଧ୍ୟରେ ସମନ୍ୱୟ ରକ୍ଷାକରି ନ୍ୟାୟ ସ୍ୱାଧୀନତା ସମତା ଏବଂ ଭାଇଚାରା ମୂଲ୍ୟବୋଧ ଉପରେ ନିର୍ମିତ ଦେଶବାସୀଙ୍କ ମୌଳିକ ଅଧିକାର, କର୍ତ୍ତବ୍ୟର ଆଇନକାନୁନ ନିୟମାବଳୀ ଉପରେ ଆଧାରିତ ଦେଶର ଅଖଣ୍ଡଟା ଏବଂ ସାର୍ବଭୌମତ୍ବ ଧର୍ମନିରପେକ୍ଷତା ସୁରକ୍ଷା ପାଇଁ ଆହ୍ୱାନ ଦିଆଯାଇ ଥିଲା l ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁଙ୍କ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ହୁସେନ ଖାଁ, ଗୋଲାବ ଖାଁ, ପୂର୍ଣ୍ଣଚନ୍ଦ୍ର ସାନ୍ତ, ପୀତବାସ ଖୁଣ୍ଟିଆ, କୂଳେଶ ଚନ୍ଦ୍ର ମହାନ୍ତି,ପ୍ରତୀକ ମହାପାତ୍ର,ମଦନ ମୋହନ ବିଶୋଇ, ଅଶୋକ ନାୟକ, ଜିତେନ୍ଦ୍ର ନାଏକ,ସରାଫତ ଖାଁ, ଜୀବନ ଜ୍ୟୋତିପ୍ରକାଶ ରାଉତ, ଅମ୍ଲାନ ଅଂଶୁମାନ ସାହୁ, ମହିଳା ନେତ୍ରୀ ସୁଜାତା ନାଏକ ଏବଂ ନନ୍ଦିନୀ ନାଏକ ପ୍ରମୁଖଙ୍କ ସହିତ ଶତାଧିକ ଦଳୀୟ କର୍ମୀ ଛାତ୍ର ଯୁବକ କାର୍ଯ୍ୟକରେ ଯୋଗ ଦେଇଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
