ନୟାଗଡ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ୨୦୨୫-୨୦୨୬ ଅନୁଷ୍ଠିତ
filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 0; cct_value: 5250; AI_Scene: (-1, -1); aec_lux: 116.731415; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 43;
ନୟାଗଡ: ନୟାଗଡ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ବିଭାଗ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟ (ପି ଟି ଏସ )ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଏବଂ ନୟାଗଡ଼ ଜିଲ୍ଲାପାଳ ଆଇ ଏ ଏସ ମଧୁମିତା ରଥ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ଏହି ମେଳାରେ ଆରକ୍ଷୀ ପ୍ରଶିକ୍ଷଣ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଭାବେଶ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ କାନ୍ତି ରଞ୍ଜନ ସାହୁ ଉପସ୍ଥିତ ରହି ଚାକିରୀ ଉଦ୍ଦେଶ୍ୟରେ ଆସିଥିବା ଯୁବକ ଯୁବତୀ ମାନଙ୍କୁ ଉପାଦେୟ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଜିଲ୍ଲାପାଳ ଶ୍ରୀମତୀ ରଥ ନିଜର ଅନୁଭୂତି ନେଇ ନିଜେ ନିଜର ଶିକ୍ଷା ସାଧନା ଏକାଗ୍ରତା ଓ ଲକ୍ଷ୍ୟ ନେଇ ପିତାମାତାଙ୍କର ଆଶୀର୍ବାଦ ନେଇ ମୁଁ ଆଜି ଉଚ୍ଚ ଆସନର ଆସୀନ ।ତୁମେମାନେ ମଧ୍ୟ କୁସଙ୍ଗ ଠାରୁ ଦୂରରେ ରହି ପିତା ମାତାଙ୍କ ବୋଲ ମାନି ଏକାଗ୍ରତାର ସହିତ କାର୍ଯ୍ୟ କଲେ, ତୁମେମାନେ ମଧ୍ୟ ତୁମର ଲକ୍ଷ୍ୟରେ ପହଞ୍ଚି ପାରିବ ଓ ପିତା ମାତାଙ୍କର ସ୍ବପ୍ନ ସାକାର ହେବ ବୋଲି ନିଯୁକ୍ତି ମେଲାକୁ ଆସିଥିବା ପିଲାମାନଙ୍କୁ ଉପଦେଶ ଦେବା ସଙ୍ଗେ ସଙ୍ଗେ, କଥା ଛଳରେ କହିଥିଲେ ଭଲ ପୁଅ ଓ ଭଲ ଝିଅକୁ ବିବାହ କରି ସୁନ୍ଦର ଜୀବନ ଯାପନ ଯାଇପାରିବ

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଥିଲେ ତୁମେ ଚାକିରୀ ପଛରେ ନଗୋଡାଇ, ନିଜେ କିପରି ଶହଶହ ପିଲାଙ୍କୁ ଚାକିରୀ ଦେଇପାରିବ ଓ ବେକାରୀ ସମସ୍ୟା ଦୂର କରିପାରିବ ସେପରି ଉଦ୍ୟମ କଲେ ଆମ ପାଇଁ ବଡ ନୟାଗଡର ଟେକ ରହିବ । ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ମନସ୍ଵୀ ସେଠୀ ସଭାକୁ ପରିଚାଳନା କରିଥିଲେ । ଏହି ନିଯୁକ୍ତି ମେଳାରେ ମୋଟ ୨୩ ଗୋଟି ନିଯୁକ୍ତି ଦାତା କମ୍ପାନୀ ଏବଂ ୭ ଜଣ ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥା ଯୋଗ ଦେଇଥିଲେ । ଏହି ମେଳାରେ ବିଭିନ୍ନ ବ୍ଲକ ରୁ ସର୍ବମୋଟ ୧୦୬୫ ଜଣ ଛାତ୍ର ଛାତ୍ରୀ ଏବଂ ନିଯୁକ୍ତି ଆଶାୟୀ ପ୍ରାର୍ଥୀ ମାନେ ଯୋଗ ଦେଇ ନିଜର ପସନ୍ଦର ନିଯୁକ୍ତି ଦାତାଙ୍କ ପାଖରେ ପଞ୍ଜିକରଣ କରିଥିଲେ ।ଏହି ମେଳାରେ ୧୨ ଜଣଙ୍କୁ ନିଯୁକ୍ତି ମିଳିଥିଲା । ମେଳାକୁ ସଫଳ କରିବାରେ ବିଭାଗୀୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
