“ପଏଁରୀ ତିହାର-2026”ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ସୁବର୍ଣ୍ଣପୁର ର ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଆନୁକୁଲ୍ୟରେ ଓଡିଶା ସରକାରଙ୍କ ଓ ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ସହଯୋଗ ରେ ଆସନ୍ତା ଜାନୁୟାରୀ ୧ରେ ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ “ପଏଁରୀ ତିହାର” ଅନୁଷ୍ଠିତ ହେବ l ଲଡୁକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ରେ ସଂପାଦକ ଚୌଧୁରୀ ବିଭାର ବିଗତ ବର୍ଷର ଆୟ ବ୍ୟୟ ବିଷୟରେ ଆଲୋକପାତ କରିଥିଲେ । ଏ ବର୍ଷ ଜିଲ୍ଲାର ଲୋକ କଳା ତଥା ଜିଲ୍ଲାର ବରିଷ୍ଠ ଲୋକ କଳାକାର ମାନଂକୁ ଆଣି ମଞ୍ଚ ରେ ପୁରୁଣା ଲୋକ ଗୀତ ଓ ଲୋକ ନୃତ୍ୟ ପରିବେଷଣ କରିବେ ବୋଲି ଚୌଧୁରୀ ବିଭାର ସୂଚନା ଦେଇଥିଲେ । ମାଁ ସୁରେଶ୍ୱରୀଙ୍କ ପରିସରରେ ପୂଜାଅର୍ଚ୍ଚନା ସହିତ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ ଏବଂ ପଶ୍ଚିମ ଓଡିଶାର ରାଧା କୃଷ୍ଣ ଦଣ୍ଡ ବିଷୟରେ ଦଣ୍ଡ ଗୁରୁ ମାନଙ୍କୁ ନେଇ ସେମିନାର ଓ କର୍ମଶାଳା କରିବାପାଇଁ ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ଓ ଅଭିମନ୍ୟୁ କୁଶଳ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ଉପ ସଭାପତି ପ୍ରଫୁଲ୍ଲ ନାଏକଙ୍କ ସହିତ ସହ-ସଂପାଦକ ପୃଥିରାଜ ବାଗ, କୋଷାଧ୍ୟକ୍ଷ- ସୁଶାନ୍ତ ସାହୁ, ଗୋପାଳ ମେହେର, ସୌମ୍ୟରଂଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
