December 30, 2025
Home » ପଏଁରୀ ର ସାମ୍ବାଦିକ ସମ୍ବିଳନୀ : ଜାନୁଆରୀ 1 ରୁ 3 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପଏଁରୀ ତିହାର-2026

ପଏଁରୀ ର ସାମ୍ବାଦିକ ସମ୍ବିଳନୀ : ଜାନୁଆରୀ 1 ରୁ 3 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପଏଁରୀ ତିହାର-2026

0
WhatsApp Image 2025-12-30 at 6.40.00 PM

l

ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଲା ର ନୃତ୍ୟ, ସଂଗୀତ ଓ ନାଟକ ର ଅଗ୍ରଣୀ ଅନୁଷ୍ଠାନ ପଏଁରୀ ପକ୍ଷରୁ ସୋନପୁର ର ଇଷ୍ଟ ଦେବୀ ମା ସୁରେଶ୍ୱରୀ ଙ୍କ ମନ୍ଦିର ପରିସରରେ ଆସନ୍ତା ଜାନୁଆରୀ ୧ରୁ ୩ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବ ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ପ୍ରଦାନ କରାଯାଇଛି l ପଏଁରୀ ତିହାର -୨୦୨୬ ପାଇଁ ଆଜି ଏକ ସମ୍ବାଦିକ ସମ୍ମିଳନୀ ରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି l ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ସୁରେଶ୍ୱରୀ ମନ୍ଦିର ପରିସରରେ ହେବାକୁ ଥିବା ବେଳେ ତିନି ଦିନ ଧରି ହେବାକୁ ଥିବା ଏହି ତିହାର ରେ ପୂର୍ଵ ବର୍ଷ ପରି ଚଳିତ ବର୍ଷ ଜାନୁଆରୀ ୧ ତାରିଖ ରେ ମା ସୁରେଶ୍ୱରୀ ଙ୍କ ପୂଜା ପରେ ମନ୍ଦିର ରୁ ଏକ ଶୋଭାଯାତ୍ରା ବାହାରି ସୁରେଶ୍ୱରୀ ମନ୍ଦିର ନିକଟ ମଞ୍ଚ ନିକଟ ରେ ପହଞ୍ଚିବ l ପରେ ନିଜ ଅଂଚଳ ର କଳାକାର ମାନଙ୍କୁ ନେଇ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ତିନି ଦିନ ଧରି ପ୍ରତ୍ୟେକ ସନ୍ଧ୍ୟା ୫ଟା ରେ ଲୋକ ଗୀତ ଓ ସନ୍ଧ୍ୟା ୭ଟା ରେ ପ୍ରଥମ ସନ୍ଧ୍ୟା ର ଅତିଥି ମାନଙ୍କୁ ନେଇ ସଭା ଓ ପରେ ଲୋକନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଅନୁଷ୍ଠାନ ର ସମ୍ପାଦକ ଚୌଧୁରୀ ବିଭାର l ଏହି ସାମ୍ବାଦିକ ସମ୍ମିଳନୀ ରେ ଅନୁଷ୍ଠାନ ର ସଭାପତି ଲଡ଼ୁକିଶୋର ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ଉପଦେଷ୍ଟା ଅଭିମନ୍ୟୁ କୁଶଳ, ଉପଦେଷ୍ଟା ତଥା ସମାଜସେଵୀ ଶ୍ରୀବତ୍ସ ମଲ୍ଲିକ, ଉପସଭାପତି ପ୍ରଫୁଲ୍ଲ ନାଏକ, ଅନୁଷ୍ଠାନ ର ସହ ସମ୍ପାଦକ ପୃଥ୍ୱୀରାଜ ବାଘ, କୋଷାଧ୍ୟକ୍ଷ ସୁଶାନ୍ତ ସାହୁ, କଲଚରାଲ କୋଡିନେଟର ସନ୍ତୋଷ ମିଶ୍ର, ସନ୍ତୋଷ ପାଢ଼ୀ, ଅମିତ ସାହୁ, ସୌମ୍ୟ ରଞ୍ଜନ ସେଠୀ, ଲଳିତ ମେହେର, ଗୋପାଳ ମେହେର ଓ ପଏଁରୀ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ l ପରେ ଉପ ସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *