July 2, 2025
Home » ପଞ୍ଚାୟତିରାଜ , ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ

ପଞ୍ଚାୟତିରାଜ , ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ

0
WhatsApp Image 2025-01-07 at 12.14.57 PM

ସୁବର୍ଣ୍ଣପୁର –ଓଡ଼ିଶା ସରକାରଙ୍କ ଜଳ ଜୀବନ ମିଶନ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁଶୁଣି ଠାରେ ନିର୍ମାଣାଧିନ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ କୁ ପଞ୍ଚାୟତିରାଜ , ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ପରିଦର୍ଶନ କରିଛନ୍ତି ।ବିନିକା ବ୍ଳକରେ ଚାଲିଥିବା ୬ ଗୋଟି ପଞ୍ଚାୟତର ୨୬ଟି ଗ୍ରାମର ୭୧୩୧ ପରିବାର ପାଇଁ ପିଇବା ପାଣି ପ୍ରକଳ୍ପକୁ ଓଡ଼ିଶା ସରକାର ପଞ୍ଚାୟତିରାଜ ତଥା ପାନୀୟ ଜଳ ବିଭାଗ ମନ୍ତ୍ରୀ ପରିଦର୍ଶନ କରି ଆସନ୍ତା ଗ୍ରୀଷ୍ମ ଋତୁ ପୂର୍ବ ରୁ ଯେପରି ଜନସାଧାରଣ ପିଇବା ପାଣି ପାଇ ପାରିବେ ସେଥିପ୍ରତି ଅଧିକାରୀଙ୍କ ସହ ଆଲୋଚନା କରି ତାଗିତ କରିଥିଲେ l

ସୂଚନା ଅନୁସାରେ ପ୍ରତ୍ୟେକ ଘରକୁ ଜଳ ଯୋଗାଣ ପାଇଁ ୨୦୨୧ ମସିହାରୁ ୪୨୯୯ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ତାହା ୩୧-୩-୨୫ ରେ ସମ୍ପୂର୍ଣ୍ଣ ହେବା ନେଇ ସୂଚନା ମିଳିଛି l ମନ୍ତ୍ରୀ ଙ୍କ ପରିଦର୍ଶନ ସମୟରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ତଥା ସୁବର୍ଣ୍ଣପୁର ଜିଲ୍ଲା ଉପସଭାପତି- ଅଶୋକ ପୃଷ୍ଟି, ସାଂସଦ ପ୍ରତିନିଧି ବାବୁଳୁ ବିଶି, ସୁବର୍ଣ୍ଣପୁର ଆରଡ଼ବ୍ଳୁଏ୍ଏସ ଅଧିକ୍ଷଣ ଯନ୍ତ୍ରୀ ( ଏସଇ) ତପନ ପ୍ରଧାନ ,ଆରଡ଼ି ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁବ୍ରତ ମେହେର, ଏସଡ଼ିଓ ବିରେନ୍ଦ୍ର ତ୍ରୀପାଠୀ, ଵୀରମହାରାଜପୁର ଏସଡିଓ ରଞ୍ଜନ କୁମାର ପଟେଲ, ସହକାରୀ ଯନ୍ତ୍ରୀ ପ୍ରକାଶ କିଶାନ,ବିନିକା ଆରଡ଼ି ବିଭାଗ ର ଜେଇ ଶ୍ରଦ୍ଧାନନ୍ଦ ଦାଶ , ଜାତକ ସେଠ,ବାସୁଦେବ ମେଲ୍ଲି ପ୍ରମୁଖ ଉପସ୍ତିତ ଥିଲେ ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *