February 27, 2026
Home » ପଞ୍ଚାୟତିରାଜ , ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ବିଳନୀ ଓ ବୁଦ୍ଧିଜୀବୀ ସମ୍ବିଳନୀ ଅନୁଷ୍ଠିତ

ପଞ୍ଚାୟତିରାଜ , ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ବିଳନୀ ଓ ବୁଦ୍ଧିଜୀବୀ ସମ୍ବିଳନୀ ଅନୁଷ୍ଠିତ

0
WhatsApp Image 2026-02-27 at 11.05.27 AM

 

ସୁବର୍ଣ୍ଣପୁର– ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଚନ୍ଦ୍ରମା ସଭା ଗୃହ ରେ ଗୁରୁବାର ସାମ୍ବାଦିକ ସମ୍ବିଳନୀ କରି ସରକାର ଙ୍କ ଦ୍ୱାରା ଲୋକାଭିମୁଖୀ ଆର୍ଥିକ ବଜେଟ ବିଷୟରେ ଓ ସରକାର ଙ୍କ ନୂତନ ଯୋଜନା ବିଷୟରେ ଆଲୋକପାତ କରିଥିଲେ l ସାମ୍ବାଦିକ ମାନେ ବିନିକା ସବଡ଼ିଭିଜନ ଦୀର୍ଘ ଦିନର ଦାବୀ ପୂରଣ,ଦୀର୍ଘ ୧୨ ବର୍ଷ ହେଲା ଅର୍ଦ୍ଧ ନିର୍ମିତ ହୋଇ ପଡ଼ି ରହିଥିବା ଏକ ମାତ୍ର ସରକାରୀ କନିଷ୍ଠ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ନିବାସ, ଐତିହାସିକ ପୁଣ୍ୟତୀର୍ଥ ପାପକ୍ଷୟ ଘାଟ ର ଉନ୍ନତି ବିଷୟରେ ପ୍ରଶ୍ନ କରିଥିଲେ l ପ୍ରଶ୍ନର ଉତ୍ତର ରେ ମନ୍ତ୍ରୀ ନାଏକ, ନିଶ୍ଚିତ ବିନିକାବାସୀ ଙ୍କ ନ୍ୟାର୍ଯ୍ୟଦାବୀ ପୂରଣ ହେଵ ବୋଲି ପ୍ରତିଶୃତି ଦେଇଥିଲେ l ପରେ ବୁଦ୍ଧିଜୀବୀ ସମ୍ବିଳନୀ କରାଯାଇଥିଲା l ଏଥିରେ ବୁଦ୍ଧିଜୀବୀ, ଅବସର କର୍ମଚାରୀ ମାନଙ୍କ ସହିତ ବିଭିନ୍ନ ପ୍ରଶ୍ନ ଉତ୍ତର ରେ ଶିକ୍ଷାବିତ ମାନେ ୩୦ ବର୍ଷ ଚାକିରୀ କରି ପେନସନ ମିଳୁନଥିବା, ପ୍ରାଥମିକ ବିଦ୍ୟାଳୟମାନଙ୍କରେ ଶିକ୍ଷକ ଅଭାବ ଥିବା ଓ ମହାନଦୀ ର ସୁରକ୍ଷା ବିଷୟରେ ପ୍ରଶ୍ନ ଉତଥାପନ କରିଥିଲେ l ମନ୍ତ୍ରୀ ଶିକ୍ଷା ବିଭାଗ ରେ ଅଧିକ ବଜେଟ ଥିବା କହିଥିଲେ l ସରକାରର କିଛି ଭୁଲ ହେଉଥିଲେ ସରକାର ଙ୍କୁ ପରାମର୍ଶ ଦେବା ପାଇଁ ଅନୁରୋଧ କରିଥିଲେ l ରବିନାରାୟଣ ନାଏକ,ଜିଲ୍ଲା ପ୍ରଭାରୀ ସୁରେଶ୍ୱର ଶତପଥୀ,ଜିଲ୍ଲା ଭାଜପା ସଭାପତି ବେଣୁଧର ଦାଶ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ମହାକୁର , ଅଶୋକ ପୂଜାରୀ,ସାଂସଦ ପ୍ରତିନିଧି ସାନନ୍ଦ ମେହେର, ଜିଲ୍ଲା ପରିଷଦ ସଦସ୍ୟା ପ୍ରମିଳା କଳତା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ମଞ୍ଚାସିନ ଥିଲେ l ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ଵମ୍ବର ମିଶ୍ର ସଭାପରିଚାଳନା କରିଥିବା ବେଳେ ଜିଲ୍ଲା ଉପସଭାପତି ଅଶୋକ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ଶତାଧିକ ବିଜେପି କର୍ମୀ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *