ପଞ୍ଚାୟତ ଉଚ୍ଚ ଵିଦ୍ଯାଳୟ ରେ ପିଏମ୍ ଶ୍ରୀ ମେଳା
ରଣପୁର: ପିଏମ୍ ଶ୍ରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗୋପାଳ ପୁର ପରିସରରେ ପିଏମ ଶ୍ରୀ ମେଳା ଅନୁଷ୍ଠିତ ହୋଇଛି. ବିଧାୟିକା ତଥା ଵାଚଷ୍ପତି ଶ୍ରୀମତୀ ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ. ଆୟୋଜିତ ସଭାରେ ପ୍ରଧାନ ଶିକ୍ଷୟତ୍ରୀ ସ୍ନେହମୟୀ ଭୋଳ ସଭାପତିତ୍ୱ କରି ଥିଲେ. ସମ୍ମାନୀତ ଅତିଥି ଭାଵେ ପରିଚାଳନା କମିଟି ସଭାପତି ରଞ୍ଜନ ବରାଡ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ବେଣୁ ଧର ବାରିକ, ଜିଲ୍ଲା ପରିଷଦ ସଭ୍ୟା ଲଷ୍ମୀପ୍ରିୟା ତରେଇ ପ୍ରମୁଖ ଯୋଗ ଦେଇ ପିଲା ମାନଙ୍କୁ ଶିକ୍ଷା ର ପ୍ରସାର ବିଷୟରେ କହିଥିଲେ. ପିଲା ମାନଙ୍କ ଦ୍ଵାରା ପାଭିଲିଆନ୍ ଷ୍ଟଲ୍ ଆୟୋଜନ କରାଯାଇଥିଲା. ଅତିଥି ମାନେ ବୁଲି ଦେଖିଥିଲେ. ଶିକ୍ଷକ ବିଭୁତି ସ୍ୱାଇଁ ସୁଜାତା ନନ୍ଦ ମଞ୍ଚ ପରିଚାଳନା କରିଥିଲେ. ଶିକ୍ଷକ ଶରତ ତ୍ରିପାଠୀ. ଧନ୍ୟବାଦ ଅର୍ପଣ କରିଥିଲେ. କ୍ରୀଡା ଶିକ୍ଷୟତ୍ରୀ କଳ୍ପନା ନାଥ ଆରତୀ ପଟ୍ଟନାୟକ ସହଯୋଗ କରି ଥିଲେ. ସମସ୍ତ ପିଲା ମାନଙ୍କୁ ପୁରସ୍କୃତ କରାଯାଇଥିଲା.
