December 20, 2025
Home » ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
WhatsApp Image 2025-12-19 at 5.47.24 PM

ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ଼ର ୪୬ ବାର୍ଷିକ ତମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଷୀ ମୁଖ୍ୟ ଅତିଥି, କଳାହାଣ୍ଡିର ବିଶିଷ୍ଟ ସାହିତ୍ୟିକ, ଭାଷାବିତ ପରମେଶ୍ବର ମୁଣ୍ଡ ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଉପ-ଜିଲ୍ଲାପାଳ ଅଜୟ ପ୍ରକାଶ ତିର୍କି, ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଚିନ୍ତାମଣି ପାତ୍ର, ଡଃ ସୁନିଲ କୁମାର ପଣ୍ଡା, ପ୍ରାଧ୍ୟାପକ ସରୋଜ କୁମାର ପଣ୍ଡା ଉପସ୍ଥିତ ରହି “ଗୁଣାତ୍ମକ ଓ ଆତ୍ମନିର୍ଭରଶୀଳ ଶିକ୍ଷା ହିଁ ପ୍ରକୃତ ଶିକ୍ଷା” ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉଦ୍ଭିଦ ବିଜ୍ଞାନ ରେ ଡକ୍ଟରେଟ୍ ଉପାଧି ହାସଲ କରିଥିବା ଡ଼ଃ କାର୍ତ୍ତିକ ଚନ୍ଦ୍ର ସାହୁ ଏବଂ ବିଶ୍ୱବିଦ୍ୟାଳୟ ସ୍ତର, ରାଜ୍ୟ ସ୍ତର ତଥା ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ବାର୍ଷିକ କ୍ରିଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଅଧ୍ୟାପକ ଗଣପତି ବାଗ ସଭା ସଂଯୋଜନା କରିଥିବା ବେଳେ ମାଧବ ଲହଜଲ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କାଳୀୟ ଗଞ୍ଜନ ସାହୁ, ସମାଜସେବୀ ହୃଷିକେଶ ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ ନିମାଇଁ ଚରଣ ପାତ୍ର, ଶିବରାମ ମିଶ୍ର, ତାପସ ଭୋଇ, ଦୀନବନ୍ଧୁ ବାଗ, ସଦୟ ପଧାନ, ଲିପୁଚନ୍ଦ୍ର ସାହୁ, ସଚିନ ସାହୁ, ଧିରଜ ନାଏକ, ଡଃ ରାଜେଶ ସାହୁ, ବିନାୟକ ପଣ୍ଡା, ଚିନ୍ମୟ ବାଗ, ଚନ୍ଦନ ମେହେର, ତନୁଜ ନାଗ, ସରୋଜ ଯୋଷୀ, ଜଗନ୍ନାଥ ଠାକୁର, ଅଧ୍ୟାପିକା ରୋଜାଲିନୀ ମୁଣ୍ଡ, ମନିଷା ସାହୁ, ନିବେଦିତା ଡାକୁଆ, ଅଞ୍ଜଳି ମାଝୀ, ବିଥିକା ଠାକୁର, ସୁଚରିତା ଜେନା ପ୍ରମୁଖ ସହଯୋଗ କରିଥିଲେ ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *