August 27, 2025
Home » ପଞ୍ଚାୟତ ସଭାଗୃହରେ ଜିଲା ସ୍ତରୀୟ ବୈଠକ

ପଞ୍ଚାୟତ ସଭାଗୃହରେ ଜିଲା ସ୍ତରୀୟ ବୈଠକ

0
WhatsApp Image 2025-08-24 at 9.23.50 PM

ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କରସ ଆସୋସିଏସନର ରାଜ୍ୟ ସଭାନେତ୍ରୀ ସୁମିତା ମହାପାତ୍ରଙ୍କ ସଭପତିତ୍ୱରେ ଦାରିଙ୍ଗବାଡି ପଞ୍ଚାୟତ ସଭାଗୃହରେ ଜିଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସାଧାରଣ ସମ୍ପାଦିକା କୁଞଲତା ଦାସଙ୍କ ସହ ଭାରତୀୟ ମଜଦୂର ସଂଘର ଜିଲା ସଭାପତି ଅଶୋକ ପରିଡା, ଅଙ୍ଗନବାଡି ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ ଓ ସଂମ୍ପାଦିକା ସାରଦା ପରିଛା, ଦାରିଙ୍ଗବାଡି ବ୍ଲକ ସଭାନେତ୍ରୀ ରଶ୍ମି ନାୟକ, ଜିଲା କୋଷାଧ୍ୟକ୍ଷ କୁନି ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ବିଭିନ୍ନ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ।
କନ୍ଧମାଳ ଜିଲ୍ଲାରେ ଅଧିକାଂଶ ପଞ୍ଚାୟତ ରେ ନେଟୱାର୍କ ନଥିବାରୁ ନେଟ ବ୍ୟବସ୍ଥା କରିବା,ସମସ୍ତଙ୍କୁ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ମୋବାଇଲ ପ୍ରଦାନ କରିବାକୁ ଦାବୀ କରାଯାଇଛି। ସ୍ଥାୟୀ ଚାକିରୀ ନ ହେବା ପର୍ଯ୍ୟନ୍ତ କର୍ମୀଙ୍କୁ ୨୩ହଜାର ଓ ସହାୟିକାକୁ ୧୫ହଜାର ଟଙ୍କା ପ୍ରଦାନ କରାଯାଉ।ମୂଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପୋଷଣ ଯୋଜନାରେ ଅଣ୍ଡା ସିଜାଇବା ପାଇଁ ଅର୍ଥ ବ୍ୟବସ୍ଥା କରାଯାଉ।

ଅନ୍ୟ କର୍ମଚାରୀ ଙ୍କ ଭଳି ଅଙ୍ଗନବାଡି କର୍ମୀ ଓ ସହାୟିକା କାର୍ଯ୍ୟ ସମୟରେ ମୃତ୍ୟୁ ବରଣ କଲେ ତାଙ୍କ ପରିବାର ର ଜଣଙ୍କୁ ନିଯୁକ୍ତି ଓ ଷାଠିଏ ବର୍ଷ ପରେ ଦୁଇ ବର୍ଷ ଚାକିରୀ ବୃଦ୍ଧି ସିଧାସଳଖ ଦେବାକୁ ନିର୍ଦ୍ଦେଶ ନ ଦିଆଯାଉ।ଅବସର ନେବା ବେଳେ ଚାକିରୀରୁ ଅନ୍ତର ନ ଲେଖି ଅବସର ନେବା ଲେଖାଯାଉ।ହିତାଧିକାରୀଙ୍କୁ ଦିଆଯାଉଥିବା ଅତି ନିମ୍ନମାନର ଛତୁଆ ବଦଳରେ ବିକଳ୍ପ ବ୍ୟବସ୍ଥା କରାଯାଉ।ବର୍ଷ ବର୍ଷ ଧରି ପଡିରହିଥିବା ଅଙ୍ଗନବାଡି ଗୃହ ନିର୍ମାଣ ତୁରନ୍ତ ଶେଷ କରିବାକୁ ପଦକ୍ଷେପ ନିଆଯାଉ। ନୂତନ ଶିକ୍ଷା ନୀତି ଅନୁସାରେ ଯୋଗ୍ୟତା ଓ ଦକ୍ଷତା ଭିତିରେ ପ୍ରତି ବ୍ଲକର କର୍ମୀଙ୍କୁ ପ୍ରମୋଶନ କରାଯାଉ। ନିର୍ବାଚନ ଘୋଷଣା ଅନୁସାରେ ଅ କର୍ମୀଙ୍କୁ ୩ହଜାର ଓ ସହାୟିକାଙ୍କୁ ୧୫୦୦ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବାକୁ ଦାବୀ ହୋଇଛି।ଏହି ଅବସରରେ ବିଏମ ଏସର ଜିଲା ସଭାପତି ଅଶୋକ ପରିଡା କର୍ମୀମାନଙ୍କୁ ଉତ୍ସାହିତ କରିବା ସହ ସଂଗଠିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।୨୦୩୦ମସିହା ସୁଦ୍ଧା ଅପପୃଷ୍ଟି ନିୟନ୍ତ୍ରଣ ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାକୁ ଭାରତ ସରକାର ଜାତି ସଂଘରେ ସ୍ୱାକ୍ଷର କରିଥିବାରୁ ଏହାର ଗୁରୁତ୍ୱ ଅଧିକ ରହିଛି ବୋଲି କହିଥିଲେ।ବିଭିନ୍ନ ବ୍ଲକ ଓ ପଞ୍ଚାୟତରୁ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *