August 1, 2025
Home » ପଞ୍ଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ

ପଞ୍ଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ଅନୁଷ୍ଠିତ

0
WhatsApp Image 2024-12-09 at 1.39.59 PM

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ଗ୍ରାମ ପଂଚାୟତ ସଭାଗୃହ ଠାରେ ରେଆର ସୋନପୁର ତରଫରୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସହାୟତା ରେ ଗ୍ରାମ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ମହାଦେବପାଲି ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରଣତି ମହାକୁର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ମହିଳା ପରିଦର୍ଶିକା କନକଳତା ନେପାକ ,ଗ୍ରାମ କୃଷି କର୍ମଚାରୀ ତରଣୀସେନ ଭୁଏ,ଜିଲ୍ଲା ଜରୁରୀକାଳୀନ ବିଭାଗ ର କାର୍ଯ୍ୟକ୍ରମ ଅଧିକାରୀ ବିଶ୍ୱନାଥ ନାୟକ, ଗ୍ରାମ ରୋଜଗାର ସେବକ ଅନନ୍ତ ଧରୁଆ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ରେଆର ର ପ୍ରକଳ୍ପ ସଂଯୋଜକ ସୁଦାମ ଗାଈଗରିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ମନୋଜ ସେଠି ବୈଠକ ର ଉଦେଶ୍ୟ ବିଷୟରେ ଉପସ୍ଥାପନା କରିଥିଲେ l କାର୍ଯ୍ୟକ୍ରମ ରେ ପଂଚାୟତର ସି ଆର ପି, ୱାର୍ଡ ସଭ୍ୟ, ଅଙ୍ଗନବାଡି କର୍ମୀ,ଏସ ସି ଏମ,ଆଶା କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଉପସ୍ଥିତ ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *