ପଟାଭାଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର: ଶନିବାର ଦିନ କ୍ଲଷ୍ଟର ସ୍ତରୀୟ ମାସିକ ପଟାଭାଡ଼ି ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ର ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ବୈଠକ ରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ବୁଦ୍ଧଦେବ ସା ସଭା ସଂଯୋଜନା କରିଥିଲେ। ୭ ଟି ବିଦ୍ୟାଳୟ ରୁ ୭ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ସଭା ଚାଲିଥିବା ସମୟରେ ଶିକ୍ଷକ ପ୍ରଶିକ୍ଷିକା ରୀତା ଗ୍ଲୋରିଆ ଏକ୍କା ପହଞ୍ଚି ସଭାକାର୍ଯ୍ୟ ନିରୀକ୍ଷଣ କରିଥିଲେ। ସରକାରଙ୍କ ଦ୍ଵାରା ପ୍ରଦତ୍ତ ଚଳିତ ଜୁଲାଇ ମାସର ଶୈକ୍ଷିକ କ୍ୟାଲେଣ୍ଡର, ନମୁନା ପାଠ୍ୟ ଯୋଜନା, ଲକ୍ଷ୍ୟ ପୋଷ୍ଟର, ଶିଶୁ ବାଟିକା ଶିକ୍ଷା ର ଗୁରୁତ୍ଵ, ସେମାନଙ୍କ ପ୍ରତି ବ୍ୟବହାର ଶିକ୍ଷଣ ଫଳାଫଳ ତଥା ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ର ବହୁ ଶ୍ରେଣୀ ପାଠ ଟୀକା, ବିଦ୍ୟାପ୍ରବେଶ, ଚତୁର୍ଥ ପଞ୍ଚମ ଶ୍ରେଣୀ ରେ ପରିସୀମା ଓ କ୍ଷେତ୍ରଫଳ ଜାଣିବା ପାଇଁ ଜିଓ ବୋର୍ଡ ର ବ୍ୟବହାର, ବିଦ୍ୟାଳୟ ସମୟ ସାରଣୀ, ଶିଶୁବାଟିକା କାର୍ଯ୍ୟପୁସ୍ତିକା ଓ ଶିକ୍ଷକ ସହାୟକ ପୁସ୍ତିକା ର ସମ୍ବନ୍ଧ, ମୋ ଡାଏରୀ, ମୋ ଖାତା, ଗଣିତ ଖାତା, ଚିତ୍ରାଙ୍କନ ଖାତା, କାର୍ଯ୍ୟ ପୁସ୍ତିକା ର ବ୍ୟବହାର, ବିକାଶ ଯୋଜନା ଓ ବିଦ୍ୟାଳୟ ସୁରକ୍ଷା ଯୋଜନା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ସ୍ଥାନୀୟ ବିଦ୍ୟାଳୟ ର ବିଭିନ୍ନ କାର୍ଯ୍ୟ ପରିଦର୍ଶନ କରି ଉପସ୍ଥିତ ଶିକ୍ଷୟିତ୍ରୀ ମାନେ ନିଜସ୍ଵ ମତ ରଖିଥିଲେ। ଶେଷରେ ଶିକ୍ଷୟିତ୍ରୀ ସୁଜାତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..