January 31, 2026
Home » ପଟ୍ଟାଙ୍ଗିରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

ପଟ୍ଟାଙ୍ଗିରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

0
WhatsApp Image 2026-01-05 at 9.19.32 PM

କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ଯୱାନ ମହାଜନ ଅଧ୍ୟକ୍ଷତାରେ ଓ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମାଙ୍କ ଉପସ୍ଥିତିରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ପଞ୍ଚାୟତ ସମିତି ସଭାଗୃହ ଠାରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଗୋଷ୍ଠୀ ଗତ ଭାବେ ୧୦ଗୋଟି ଏବଂ ବ୍ୟକ୍ତିଗତ ୪୬ ଟି ମୋଟ ୫୬ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ଅଭିଯୋଗ ଗୁଡିକୁ ଯଥା ଶୀଘ୍ର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଲେ ଜିଲ୍ଲାପାଳ । କାର୍ଯ୍ୟକ୍ରମରେ ସିଡ଼ିଈଓ ବେଣୁଧର ଶବର, ପଟ୍ଟାଙ୍ଗି ଜୋନ ୨ ଜିଲ୍ଲାପରିଷଦ ଅଧ୍ୟକ୍ଷ ଲଇଛନ ଖରା, ଡିଏଫ୍ଓ ଭାସ୍କର ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଲକର ୧୪ ଗୋଟି ପଞ୍ଚାୟତର ଜଙ୍ଗଲ ଜମି ପଟ୍ଟା ୪ ହଜାରରୁ ଉର୍ଦ୍ଧ ପଟ୍ଟା ଆବେଦନ ହେବା ସତ୍ବେ ମିଳୁନଥିବା ନେଇ ଦେଓମାଳି ମହାସଂଘ ଦାବି ଆଦି ସମସ୍ୟା ଗୁଡ଼ିକର ଶୁଣାଣି କରାଯାଇଥିଲା। କାର୍ଯ୍ୟକ୍ରମକୁ ଏଇଇ ଈ ବିଶ୍ଵନାଥ ମାଦେଲି, ଏପିଓ ସୌମେନ୍ଦ୍ର ନାୟକ, ଜିପିଓ ଦାୟୀତ୍ବରେ ଥିବା ନମିତା ନାୟକ ପ୍ରମୁଖ ବ୍ଲକ ଅଧିକାରୀ ଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳିତ କରିଥିଲେ।

ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *