ପଣ୍ତିତ ନେହେରୁଙ୍କ ଜୟନ୍ତୀରେ ରାଜ୍ୟସ୍ତରୀୟ ରକ୍ତଦାନ ଶିବିର
ପାରାଦୀପ-ପାରାଦୀପର ଅଗ୍ରଣୀ ସମାଜସେବୀ ସଙ୍ଗଠନ ପଣ୍ଡିତ ଜବାହାରଲାଲ ନେହେରୁ ଟ୍ରଷ୍ଟ ଦ୍ବାରା ନଭେମ୍ବର ୧୪ ତାରିଖ ଦିନ ପଣ୍ତିତ ନେହେରୁଙ୍କ ଜନ୍ମ ଦିବସ ଅବସରରେ ରାଜ୍ୟସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ା ସୋମବାର ଦିନ ସଂନ୍ଧ୍ୟାରେ ଟ୍ରଷ୍ଟ କାର୍ଯ୍ୟାଳୟରେ ଟ୍ରଷ୍ଟ ସଭାପତି ସରୋଜ କୁମାର ପ୍ରଧାନ ସୂଚନା ଦେଇଛନ୍ତି ା ଟ୍ରଷ୍ଟ ଉପଦେଷ୍ଟା କେଦାର ବିଶ୍ବାଳ, ତ୍ରିନାଥ ମହାନ୍ତି,ଦେବୀ ପ୍ରସନ୍ନ ସାମନ୍ତରାୟ, ବିନତୀ ପଢିହାରୀ, ଧ୍ରୁବ ମହାପାତ୍ର, ପୁଷ୍ପା ଦାସ, ଧରିତ୍ରୀ ସାମଲ ପ୍ରମୁଖ ଯୋଗ ଦେଇ ଏହି ରକ୍ତଦାନ ଶିବିରକୁ ସଫଳ କରିବାକୁ ନିବେଦନ କରିଥିଲେ
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
