December 23, 2025
Home » ପଦ୍ମପୁର ବ୍ଲକ ସଦର ମହକୁମାଠାରେ ଯୁଗ୍ମ ଅଭିଯୋଗ ଶୁଣାଣି

ପଦ୍ମପୁର ବ୍ଲକ ସଦର ମହକୁମାଠାରେ ଯୁଗ୍ମ ଅଭିଯୋଗ ଶୁଣାଣି

0
WhatsApp Image 2024-10-24 at 12.51.17 PM

ରାୟଗଡ ଜିଲ୍ଲାପାଳଙ୍କ ତା:୧୪.୧୦.୨୦୨୪ ରିଖ ଦିନ ଯୁଗ୍ମ ଅଭିଯୋଗ ଶୁଣାଣି ପଦ୍ମପୁର ବ୍ଲକ ସଦର ମହକୁମା ସଦ୍ଭାବନା ସଭା ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ କୁମାର, ଗୁଣପୁର ଉପ ଜିଲ୍ଲାପାଳ କିରନ ଦୀପ କୌର ସହୋତା, ଜିଲ୍ଲାମୁଖ୍ୟ ଚିକିତ୍ସା ତଥା ଜନସ୍ଵାସ୍ଥ୍ୟ ଅଧିକାରୀ ଲାଲ ମୋହନ ରାଉତରାୟ, ପଦ୍ମପୁର ବ୍ଲକ ଅଧ୍ୟକ୍ଷା ମଣିମାଲା ଶବର ଉପସ୍ଥିତ ରହି ସମସ୍ତ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ । ଆଜି ମୋଟ ୨୯ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ୨୧ଗୋଟି ବ୍ୟକ୍ତିଗତ ଓ ୦୮ଗୋଟି ଗୋଷ୍ଠୀ ଗତ ଅଭିଯୋଗ ଥିଲା । ଏହି ଅଭିଯୋଗ ଶିବିରରେ ରାସ୍ତା, ପାନୀୟ ଜଳ, ଆବାସ ଘର ଆଦି ବିଭିନ୍ନ ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରି ତୁରନ୍ତ ସମାଧାନ କରିବା ନିମନ୍ତେ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।

rayagada district tirumala prasad pattanayak
epa news

Leave a Reply

Your email address will not be published. Required fields are marked *