ପଦ୍ମଶ୍ରୀ କମଲା ପୂଜାରୀଙ୍କ ଶେଷକୃତ୍ୟର ରୀତିନୀତି ପୂର୍ଣ୍ଣ ରାଜ୍ୟ ସମ୍ମାନ ସହ ଅତି ଶୋକାକୂଳ ପରିବେଶରେ ଶବଦାହ
ପଦ୍ମଶ୍ରୀ କମଲା ପୂଜାରୀଙ୍କ ଶେଷକୃତ୍ୟର ରୀତିନୀତି ରବିବାର ଦିନ କୋରାପୁଟ ଜିଲ୍ଲାର ଜୟପୁର ବ୍ଲକର ତାଙ୍କ ଜନ୍ମ ଗ୍ରାମ ପାତ୍ରପୁଟରେ ପୂର୍ଣ୍ଣ ରାଜ୍ୟ ସମ୍ମାନ ସହ ଅତି ଶୋକାକୂଳ ପରିବେଶରେ ତାଙ୍କ ପୁଅ ଟଙ୍କଧର ପୁଜାରୀ ଶବଦାହ କରାଯାଇଥିଲା। ଜୈବିକ ଚାଷ ଏବଂ ସ୍ୱଦେଶୀ ଚାଉଳ କିସମର ସଂରକ୍ଷଣ କରିବାରେ ପ୍ରଖ୍ୟାତ ନାମର୍ଜିତ ୭୪ ବର୍ଷୀୟା ଏକ ଗରିବ ଆଦିବାସୀ ପରିବାରରେ ଜନ୍ମିତ ପୂଜାରୀଙ୍କ ଗତକାଲି ଏସସିବି ମେଡ଼ିକାଲରେ ସକାଳ ୫.୪୫ ସମୟରେ ଚିକିତ୍ସାଧିନ ଅବସ୍ଥାରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ସେଠାରୁ ତାଙ୍କ ପାର୍ଥିବ ଶରୀର ଗତକାଲି ରାତି ୧୨.୩୦ ସମୟରେ ପହଞ୍ଚିବା ପରେ ଆଜି ସକାଳେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକମାନେ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ଶେଷ ସମ୍ମାନ ଜଣାଇବା ପରେ ତାଙ୍କ ପାର୍ଥିବ ଶରୀରଏକ ଶୋଭାଯାତ୍ରାରେ ବାହାରି ତାଙ୍କ ନିଜ ଗ୍ରାମ ପାତ୍ରପୁଟକୁ ନିଆଯାଇଥିଲା । ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରିବାର ନିକଟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ପହଞ୍ଚି ଶୋକ ପ୍ରକାଶ କରିଥିଲେ ।
ପୂର୍ଣ୍ଣ ରାଜ୍ୟ ସମ୍ମାନ ସହ ଗାର୍ଡ ଓଫ ଓନର ଦେବାପରେ କୋରାପୁଟ ଜିଲ୍ଲାପାଳ, କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଏସଡିପିଓ ଜୟପୁର,ଜୟପୁର ଉପ ଜିଲ୍ଲାପାଳ, ଜୟପୁର ବିଡ଼ିଓ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଉପସ୍ଥିତିରେ ପଦ୍ମଶ୍ରୀ କମଳା ପୁଜାରୀଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର କରଯାଇଥିଲା। କମଲା ପୂଜାରୀଙ୍କ ଦେହାନ୍ତ ନେଇ ଏକ୍ସ’ମାଧ୍ଯମରେ ରାଷ୍ଟ୍ରପତି ଦ୍ରୈପତି ମୁର୍ମୁ ,ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ,ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,ଓଡ଼ିଶା ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ମୋହନ ମାଝି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ପଦ୍ମଶ୍ରୀ କମଳା ପୁଜାରୀଙ୍କ ଦେହାନ୍ତ ଖବର ନେଇ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କ ପୁଅ ଟଙ୍କଧର ପୂଜାରୀଙ୍କ ସହିତ ଫୋନରେ କଥା ହୋଇଥିଲେ। ତାଙ୍କର ଶେଷ ରୀତିନୀତି ପୂର୍ଣ୍ଣ ରାଜ୍ୟ ସମ୍ମାନ ସହିତ ପାଳନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ଜନଜାତି ସମ୍ପ୍ରଦାୟର ସଶକ୍ତୀକରଣ କ୍ଷେତ୍ରରେ ସେ ଜଣେ ଆଲୋକବର୍ତ୍ତିକା ସଦୃଶ ଥିଲେ । ବହୁ ସ୍ୱଦେଶୀ ଧାନ ଓ ସ୍ୱଦେଶୀ ବିହନ ସଂରକ୍ଷଣ କରି ଜୈବିକ ଚାଷ ପଦ୍ଧତିକୁ ପ୍ରୋତ୍ସାହନ କ୍ଷେତ୍ରରେ ସମସ୍ତଙ୍କ କଲ୍ୟାଣ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ସଦାସର୍ବଦା ଚିରସ୍ମରଣୀୟ ରହିବ ।
କିଡନୀ ,ଫୁସଫୁସ ସମ୍ବନ୍ଧୀୟ ଅସୁସ୍ଥତା ତଥା ବୃଦ୍ଧାବସ୍ଥା ଜନିତ ସମସ୍ୟାରେ ପୀଡିତ କମଳା ୧୦୦ ପ୍ରକାର ଦେଶୀ ଫସଲ କିସମର ମଞ୍ଜି ସଂରକ୍ଷଣ ପାଇଁ ୨୦୧୯ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ୧୯୯୪ ରେ କୋରାପୁଟରେ ଏମ ଏସ ସ୍ବାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ଦ୍ୱାରା ଆରମ୍ଭ ହୋଇଥିବା ଅନୁସନ୍ଧାନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏକ ଅଗ୍ରଣୀ ଭୂମିକାରେ ଥିଲେ । ଯାହା ଏକ ଉଚ୍ଚ ଅମଳକ୍ଷମ ତଥା ଉଚ୍ଚମାନର ଚାଉଳ କିସମ କଳାଜିରା ପ୍ରଜନନ କରିଥିଲେ। ଯାହା ଏକ ଉଚ୍ଚ ଅମଳକ୍ଷମ ତଥା ଉଚ୍ଚମାନର ଚାଉଳ କିସମ ‘କାଲଜିରା’ର ପ୍ରଜନନ କରିଥିଲା। ସେ ‘ଟିଲି’, ‘ମାଛକଣ୍ଟା’, ‘ଘନାଟିଆ’ ଏବଂ ‘ଫୁଲା’ ଭଳି ବିରଳ ଚାଉଳ କିସମ ସଂରକ୍ଷଣ କରିଥିଲେ। ୨୦୦୨ ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ହୋଇଥିବା ଆନ୍ତର୍ଜାତୀୟ ସମ୍ମିଳନୀରେ ପୂଜାରୀଙ୍କୁ ଇକ୍ୟୁଏଟର ଇନିସିଏଟିଭ୍ ଆୱାର୍ଡ ପ୍ରଦାନ କରାଯାଇଥିଲା । ୨୦୦୪ ମସିହାରେ ଓଡିଶା ସରକାର ତାଙ୍କୁ ଶ୍ରେଷ୍ଠ ମହିଳା କୃଷକ ପୁରସ୍କାରରେ ସମ୍ମାନିତ କରିଥିବାବେଳେ ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟର ଏକ ବାଳିକା ହଷ୍ଟେଲ ତାଙ୍କ ନାମରେ ନାମିତ ହୋଇଥିଲା। ପୂଜାରୀ ତାଙ୍କ ଅଞ୍ଚଳର ଶହ ଶହ ଆଦିବାସୀ ମହିଳାଙ୍କୁ କୃଷିରେ ରାସାୟନିକ ସାର ଖୋଳିବା ପାଇଁ ପ୍ରେରଣା ଦେଇଥିଲେ। ତାଙ୍କର ଉଦ୍ୟମ ଯୋଗୁଁ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ୨୦୧୨ରେ କୋରାପୁଟକୁ ବିଶ୍ୱବ୍ୟାପୀ ଗୁରୁତ୍ୱପୂର୍ଣ୍ଣ କୃଷି ଐତିହ୍ୟ ସ୍ଥାନ ଘୋଷଣା କରିଥିଲା ।
ରିପୋର୍ଟ: କୋରାପୁଟ ଜିଲ୍ଲା ଇପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ