November 13, 2025
Home » ପବିତ୍ର କାର୍ତ୍ତିକ ମାସ ଅବସରରେ ରାଜଭବନରେ ମହାପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପବିତ୍ର କାର୍ତ୍ତିକ ମାସ ଅବସରରେ ରାଜଭବନରେ ମହାପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-10-31 at 8.42.23 AM

 

ଭୁବନେଶ୍ୱର: ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରାଜଭବନସ୍ଥିତ ଅଭିଷେକ ହଲ୍‌ରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରସାଦ ସେବନ କରି ପବିତ୍ର କାର୍ତ୍ତିକ ମାସ ପାଳନ କରିଛନ୍ତି । ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ. ଜୟଶ୍ରୀ କମ୍ଭମପାଟି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ Iଶାନ୍ତ ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଥିବା ଏହି ଅବସରରେ ରାଜ୍ୟପାଳଙ୍କ କମିଶନର୍‌-ତଥା‌-ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଏବଂ ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ମହାପ୍ରସାଦ ସେବନ କରିଥିଲେ ।

Leave a Reply

Your email address will not be published. Required fields are marked *