ପବିତ୍ର ଦଶହରା ପୂର୍ଣ୍ଣମୀ ରେ ସତସଂଗ ପ୍ରବଚନ

ଭେଡେନ ;ଭେଡେନ ବ୍ଲକ ଅନ୍ତର୍ଗତ ଐତିହାସିକ ପର୍ଯ୍ଯଟନପୀଠ ସହୀଦ ବୀର ମନୋହର ସିଂ ଙ୍କ ଗଡ ସମିପ ପବିତ୍ର ବାଲିଯାତ୍ରା ପଡିଆ ସ୍ଥିତ ବୀର ସୁରେନ୍ଦ୍ର ସାଏ ଜ୍ଞାନ ମଣ୍ଡପ ଠାରେ ଆଜି ପବିତ୍ର ଦଶହରା ପୂର୍ଣମୀ ଅବସର ରେ ସତସଙ୍ଗ ପ୍ରବଚନ କରାଯାଇଥିଲା ।।ପଣ୍ଡିତ ଦୁଖୁଶ୍ଯାମ ଦାଶ ଙ୍କ ପୌରହିତ୍ଯ ରେ ଶ୍ରୀ ରାଧାକୃଷ୍ଣ ଙ୍କ ପୂଜନ ଓ ଶ୍ରୀମଦ୍ ଭାଗବତ ଏକ ଅଧ୍ଯାୟ ପଠନ ପରେ ବିଶିଷ୍ଠ ପ୍ରବଚକ ସରୋଜ ପାଢୀ ଙ୍କ ଦ୍ବରା ଭାଗବତ ବ୍ଯାକ୍ଷାନ ଓ ପ୍ରବଚନ କରାଯାଇଥିଲା ।।ଏହା ସହ କଳାକାର ମାନଙ୍କ ଦ୍ବାରା ଭଜନ ପରିବେଷଣ ଭକ୍ତ ମାନଙ୍କ ମନ ପ୍ରଫୁଲ୍ଲିତ କରିଥିଲା ।।
ଶତାଧିକ ମହିଳା ପୁରୁଷ ଆଜିର ଏହି ସତସଙ୍ଗ ରେ ଉପସ୍ଥିତ ରହି ଭକ୍ତିରସ ଆସ୍ବାଦନ କରିଥିଲେ ।।ପ୍ରତ୍ଯେକ ପୂର୍ଣ୍ଣମୀ ଦିନ ଅନୁଷ୍ଠିତ ହୋଉଥିବା ସତସଙ୍ଗ ପ୍ରବଚନାଦି କାର୍ଯ୍ଯକ୍ରମ କୁ ବୀରସୁରେନ୍ଦ୍ର ସାଏ ପ୍ରବଚନ କମିଟୀ,ବସେଇକେଲା,ଗୁରୁପାଲି,କଟାପାଲି ର ସଦସ୍ଯବୃନ୍ଦ ଆୟୋଜନ କରନ୍ତି ।।କମିଟୀର ମକୁନ୍ଦ ପଧାନ,ବାସୁଦେବ ପଟେଲ,ବୀରେନ ଭୋଇ,ଆନନ୍ଦ କରନ,ନିରଞନ ପଧାନ,ପ୍ରେମରାଜ ରାଏ,ସୁବଳ ପଧାନ,ଜୟ ଲାଲ ପଧାନ ,ସାହେବ ପଧାନ, ମହରଗୁ ବେହେରା ,ଡମ୍ବରୁ ପଧାନ ,ଭଗବାନ ସେଠ,ସନ୍ତୋଷ ବେହେରା ,ବଜରଙ୍ଗ କରନ ଙ୍କ ସହ ହରିଶଙ୍କରେ ବେହେରା କାର୍ଯ୍ଯକ୍ରମ ପରିଚାଲନା କରିଥିଲେ ।।କାର୍ଯ୍ଯକ୍ରମ ରେ ମୁଖ୍ଯ ଅତିଥି ଭାବରେ ଜିଲ୍ଲାପରିଷଦ ସଭ୍ଯା ପଦ୍ମିନୀ ଗଡତିଆ ଉପସ୍ଥିତ ରହି ଭକ୍ତି ରସ ଆସ୍ବାଦନ କରିଥିଲ ।।ଶ୍ରୀମତୀ ଗଡତିଆ ଙ୍କୁ କମିଟୀ ତରଫରୁ ଉପଢୌକନ ଦେଇ ସମ୍ବର୍ଧିତ କରାଯାଇଥିଲା ।।ପରିଶେଷ ରେ ଉଦ୍ଯୋକ୍ତା ହରିଶଙ୍କର ବେହେରା ଧନ୍ଯବାଦ ଆର୍ପଣ କରିଥିଲେ ।।
ଭେଡେନ ରୁ ଇପିଏ ରୁ ହରି ଶଙ୍କର ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )