ପବିତ୍ର ବିଜୟା ଦଶମିରେ ଜାତୀର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ଶପଥପାଠ
ଭେଡେନ;ଆଜି ପବିତ୍ର ବିଜୟା ଦଶମି ତଥା ଜାତୀର ଜନକ ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ ଅବସର ରେ ବରଗଡ ଜିଲ୍ଲା ବିଜୁଜନତା ଦଳ ,ବରଗଡ ତରଫରୁ ବରଗଡ ଜିଲ୍ଲାସଭାପତି ସୁଶାନ୍ତ ମହାପାତ୍ର ଙ୍କ ନେତୃତ୍ବରେ ସମସ୍ତ କାର୍ଯ୍ଯକର୍ତ୍ତାଙ୍କ ସହ ଆଜି ବରଗଡ ସ୍ଥିତ ଗାନ୍ଧୀ ପାର୍କ ରେ ଜାତୀର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ଶପଥପାଠ କରାଯାଇଥିଲା ।। ଆଗାମୀ ଦିନରେ ଡବଲ ଇଂଜିନ ସରକାର ଙ୍କ ବିଭିନ୍ନ ଜନବିରୋଧି ନୀତି ର ଖୁଲାସା କରିବା ସହ ପ୍ରତିବାଦ କରିଯାବା ପାଇଁ ପ୍ରସ୍ଥାବ ନିଆଗଲା ।।ଆଜି ପବିତ୍ର ଗାନ୍ଧୀ ଜୟନ୍ତି ଠାରୁ ଜନ ସଂପର୍କ ପଦଯାତ୍ରା ର ଶୁଭାରମ୍ଭକରାଯାଇ ସରକାରଙ୍କ ବିଫଳତା ସଂପର୍କ ରେ ଜନସଚେତନତା ସୃଷ୍ଟିକରାଯିବାକୁ ଶପଥ ନିଆଯାଇଥିଲା ।।

ଏହି କାର୍ଯ୍ଯକ୍ରମ ରେ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ଯ,ଜିଲ୍ଲାପରିଷଦ ଅଧ୍ଯକ୍ଷା ମାନିନୀ ଭୋଇ,ମୁନିସିପାଲଟି ଅଧ୍ଯକ୍ଷା କଳ୍ପନା ମାଝି , ଟାଉନ ସଭାପତି କିଶୋର ମିଶ୍ର,ବ୍ଳକ ସଭାପତି ପ୍ରଫୁଲ୍ଲ ନାଏକ,ସମ୍ବଲପୁର ଜିଲ୍ଲା ସମବାୟ ବ୍ଯାଙ୍କ ଲିଃ ସଭାପତି ନରେନ୍ଦ୍ର ପଧାନ ,ଭେଡେନ ବ୍ଲକ ବିଜୁଜନତା ଦଳ ସଭାପତି ହରି ଶଙ୍କର ବେହେରା ଜିଲ୍ଲାପରିଷଦ ସଭ୍ଯ ସତ୍ଯଜିତ ପୁରୋହିତ,ପିଙ୍କି ବଢେଇ,ପଦ୍ମିନୀ ଗଡତିଆ,ସୁଦାମ ଜାଲ,ରଂଜିତ ସାହୁ,ଅତାବିରା ଏନ୍,ଏସ୍,ସି ସଭାପତି ଜତିନ ଦାଶ ଙ୍କ ସହ ଶତାଧିକ କର୍ଯ୍ଯକର୍ତ୍ତା ଯୋଗଦାନ କରିଥିଲେ ।।
ଭେଡେନ ରୁ ହରିଶଙ୍କର ବେହେରାଙ୍କ ରିପୋର୍ଟ ଇପିଏ ନିଉଜ
