January 31, 2026
Home » ପବ୍ଲିକ ସିନିୟର ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ ପ୍ରତିଭା ୨୦୨୪-୨୫

ପବ୍ଲିକ ସିନିୟର ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ ପ୍ରତିଭା ୨୦୨୪-୨୫

0
brahmpur-----school

ଦିଲ୍ଲୀ ପବ୍ଲିକ ସିନିୟର ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ ପ୍ରତିଭା ୨୦୨୪-୨୫ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ଶ୍ରୀମତୀ ଜେ, ଜୟ- ଲକ୍ଷ୍ମୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ପୁଲିସ ଡିଆଇଜି ଡା. ସାର୍ଥକ ସଡ଼ଙ୍ଗୀ, ବ୍ରହ୍ମପୁର ଡିଏଫ୍ଓ ସନି ଖୋଖର ମୁଖ୍ୟ ବକ୍ତା, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧୂକାରୀ ଏମ୍, ମଧୁମିତା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ଡା. ଜେ ଶ୍ରୁତି ଏବଂ ଡା. ସୁନିଲ କୁମାର କୋଟା ଯୋଦଗେଇ ଉକ୍ତ ସଭାକାର୍ଯ୍ୟର ସୌନ୍ଦର୍ଯ୍ୟ ବୃଦ୍ଧି କରିଥିଲେ। ସ୍କୁଲର ପ୍ରତିଷ୍ଠାତା ଡା. ଜେ ସୂର୍ଯ୍ୟା ରାଓଙ୍କ ପତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସଭାକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା ।

ପରେ ସ୍କୁଲର ପ୍ରିନ୍ସିପଲ୍ ଶ୍ରୀ ବୈକୁଣ୍ଡ ନାଥ ପଟ୍ଟନାୟକଙ୍କ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅତିଥିଙ୍କ ଦ୍ୱାରା ପୂର୍ବରୁ ବିଦ୍ୟାଳୟ ଦ୍ଵାରା ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ସଭାକାର୍ଯ୍ୟ ଶେଷରେ ଶିକ୍ଷକ ଅନ୍ତର୍ଯ୍ୟାମୀ ପାତ୍ର ଧନ୍ୟବାଦ ଦେଇଥିଲେ। ପରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା, ଯାହାକୁ ଅଭିଭାବକ ମନୋରଞ୍ଜନ କରିଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *