ପରକ୍ରିୟା ପ୍ରୀତିରୁ ଯୁବକଙ୍କୁ ବିଭତ୍ସ ହତ୍ୟା

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଚାନ୍ଦପୁର ଗାଁ କାଜୁ ଜଙ୍ଗଲରେ ଯୁବକଙ୍କୁ ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛନ୍ତି ଢେଙ୍କାନାଳ ଏସପି ଅଭିନବ ସୋନକର। ପଞ୍ଚଦୋଳ ଯାତ୍ରା ଚାଲିଥିବା ବେଳେ ଦଶିପୁର ପଞ୍ଚାୟତ ଭାଲୁମୁଣ୍ଡା ଗାଁର ଲୁଲୁ ଦେହୁରୀଙ୍କୁ ସେହି ଗାଁର ଯୁଗଳ ଦେହୁରୀ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ପରକ୍ରିୟା ପ୍ରୀତିକୁ ନେଇ ଯୁଗଳ ପ୍ରଥମେ ଯୋଜନାବଦ୍ଧ ଭାବେ ଲୁଲୁଙ୍କୁ ବାଇକରେ ବସାଇ କାଜୁ ଜଙ୍ଗଲରେ ମଦ ପିଇଥିଲେ। ପରେ ସେମାନଙ୍କ ମଧ୍ୟରେ ସ୍ତ୍ରୀଙ୍କ ସହିତ ପ୍ରେମ ସମ୍ପର୍କକୁ ନେଇ ଯୁକ୍ତିତର୍କ ହୋଇଥିଲା।
ଯାହା ହତ୍ୟାକାଣ୍ଡର ରୂପ ନେଇଥିଲା। ଯୁଗଳ ଏକ ଟାଙ୍ଗିଆରେ ଲୁଲୁଙ୍କୁ ହାଣି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଲୁଲୁଙ୍କର ମୃତ୍ୟୁ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ମହାବିରୋଡ଼ ପୋଲିସ ଅଭିଯୁକ୍ତ ଯୁଗଳକୁ ଘଟଣା ସ୍ଥଳକୁ ନେଇ ସିନ ରିକ୍ରିଏସନ କରିଥିଲେ। ଯାହାକୁ ନେଇ ପ୍ରେସମିଟ ମାଧ୍ୟମରେ ଘଟଣାର ପର୍ଦ୍ଦାଫାସ କରିଛନ୍ତି ଢେଙ୍କାନାଳ ଏସପି। ଅଭିଯୁକ୍ତ ଠାରୁ ଗୋଟିଏ ଟାଙ୍ଗିଆ ଏବଂ ବାଇକ ଜବତ କରାଯାଇଥିବା ଜଣାପଡିଛିl
କଙ୍କଡ଼ାହାଡ଼ ଇପିଏ ରୁ ସୁବାଷ ପଧାନ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )