ପରିଣତ ବୟସରେ ଗଞ୍ଜେଇ ବେପାର,ଜେଲ ଗଲେ ବୃଦ୍ଧା
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବନ୍ଧପଡାର ଏକ ଘରେ ଗଞ୍ଜେଇ ବେପାର ଚାଲିଥିବା ବେଳେ ଖବର ପାଇ ମାଡି ବସିଲା ଜୟପାଟଣା ଅବକାରୀ ବିଭାଗ।ଏ ନେଇ ସଂପୃକ୍ତ ଜଣେ ୬୮ ବର୍ଷୀୟ ବୃଦ୍ଧା କାଞ୍ଚନ ସେଠୀ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ସୂଚନା ଅନୁଯାୟୀ,ଜୟପାଟଣା ବନ୍ଧପଡାର ଏକ ଘରେ ଦୀର୍ଘ ଦିନ ରୁ ଚୋରା ଗଞ୍ଜେଇ ବିକ୍ରି ହୋଇ ଆସୁଥିଲା।

ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଧର୍ମଗଡ଼ ରେଞ୍ଜ ଇନିସ୍ପେକ୍ଟର ସୁଧାଂଶୁ ମୁଣ୍ଡା ଙ୍କ ନେତୃତ୍ୱରେ ଜୟପାଟଣା ଅବକାରୀ ଅଧିକାରୀ ନରେନ୍ଦ୍ର ମିଞ୍ଜ ସହ ତାଙ୍କ ଟିମ ବୃଦ୍ଧା କାଞ୍ଚନ ଙ୍କ ଘରେ ଚଢ଼ାଉ କରିଥିଲା।ସେଠାରୁ ୫ କେଜି ଗଞ୍ଜେଇ ପାଇଥିବା ବେଳେ ଉକ୍ତ ଘଟଣାରେ କାଞ୍ଚନ ଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ
