October 23, 2025
Home » ପରିବେଶବିତ ଅମରେଶଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନ

ପରିବେଶବିତ ଅମରେଶଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନ

0
WhatsApp Image 2025-10-13 at 3.54.02 PM

 

ପାରାଦୀପ – ବନ୍ୟପ୍ରାଣୀ ସରଂକ୍ଷଣ ଓ ପୁନଃଉଦ୍ଧାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପରିବେଶବିତ ତଥା ପାରାଦ୍ୱୀପ ବନ୍ଦରରେ କାର୍ଯ୍ୟରତ ଯନ୍ତ୍ରୀ ଅମରେଶ ନରେଶ ସାମନ୍ତଙ୍କୁ ସବଡିଭିଜନ ସ୍ଥରୀୟ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି l ଗତ ସପ୍ତାହରେ ରାଜ୍ୟ ସ୍ଥରୀୟ ବନ୍ୟପ୍ରାଣୀ ସରଂକ୍ଷଣ ସପ୍ତାହ ପାଳନ ଅବସରରେ ଜଗତସିଂହପୁର ଜିଲ୍ଲା ନୂଆଗଡ ପଞ୍ଚାୟତର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବିଶେଷ ଉତ୍ସବରେ ରାଜନଗର ବନଖଣ୍ଡ ଉପ ସରଂକ୍ଷକ ଗଗନ ବିହାରୀ ମଲିକ ଶ୍ରୀ ସାମନ୍ତଙ୍କ ଅନୁପସ୍ଥିତରେ ତାଙ୍କ ପିତା ଶିକ୍ଷାବିତ ବସନ୍ତ କୁମାର ସାମଲଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନପତ୍ର ସହିତ ପଚିଶ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ l

 

ଏହି ଉତ୍ସବରେ କୁଜଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ସଞ୍ଜୟ ପ୍ରଧାନ, ଜମ୍ବୁ ରେଞ୍ଜ ଅଧିକାରୀ ଶାନ୍ତନୁ ଦଳେଇ, ଚିତ୍ତରଞ୍ଜନ ବେଉରା, ପ୍ରସନ୍ନ କୁମାର ନାୟକ, ଏମଏଫଡି, ରାଜନଗର, ସ୍ଥାନୀୟ ନୂଆଗଡ ସରପଞ୍ଚ ଦେବେନ୍ଦ୍ର କୁମାର ରାଉତ ପ୍ରମୁଖ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରୀ ସାମନ୍ତଙ୍କୁ ଦ୍ୱିତୀୟ ଥର ଏହି ସମ୍ମାନ ପ୍ରଦାନ କରାଯଇଛି l ପୂର୍ବରୁ ପରିବେଶ ପ୍ରତି ନିଜର ସମର୍ପଣ ଭାବ ନିମନ୍ତେ ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୭୫ତମ ମନ କି ବାତ କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତଙ୍କୁ ମଧ୍ୟ ଭୁୟସୀ ପ୍ରଶଂସା କରିଥିଲେ l ଏହି ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀ ସାମନ୍ତଙ୍କ ଦ୍ଵାରା ପ୍ରତିଷ୍ଠିତ ପରିବେଶଧର୍ମୀ ଅନୁଷ୍ଠାନ ବାବା ବାଲୁଙ୍କେଶ୍ୱର ଗ୍ରାମ୍ୟ ବିକାଶ ପରିଷଦର ବରିଷ୍ଠ ସଭ୍ୟ ଦିଲୀପ ପଳେଇ, ଅମୁଲ୍ୟ ଦାଶ, ଅଭିଜିତ ପଲେଇ, ପ୍ରଦୀପ ପରିଡା, ଦୀପକ ସାମଲ, ଵାପିନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ପୂର୍ବରୁ ଶ୍ରୀ ସାମନ୍ତ ଓ ତାଙ୍କ ଅନୁଷ୍ଠାନକୁ ରାଜ୍ୟ ସରକାରଙ୍କ ତରଫରୁ ଦୁଇ ଥର ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି l ବର୍ଷ ୨୦୧୭ ରେ କେନ୍ଦ୍ର ସରକାର ଏହି ଅନୁଷ୍ଠାନକୁ ସାମାଜିକ କ୍ଷେତ୍ରରେ ଓଡ଼ିଶାର ଶ୍ରେଷ୍ଠ ଅନୁଷ୍ଠାନ ରୂପେ ମଧ୍ୟ ପୁରସ୍କୃତ କରିଥିଲେ l

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *