ପର୍ବ ପର୍ବାଣୀ ରେ ଜିଏସ୍ଟି ବିଭାଗର ଟେକ୍ସ ତନଖି ମାମଲା ରେ ଜିଲ୍ଲାପାଳ ଙ୍କୁ ଭେଟିଲେ ବ୍ୟବସାୟୀ ସଙ୍ଘ।

ଜିଏସଟି ରେଡ୍ ନୁହେଁ ଏହା ବିଭାଗର ରୁଟିନ୍ ଇନିସସ୍ପେକନ ବୋଲି କଳାହାଣ୍ଡି ଡିସିସିଟି, ଏନଫୋର୍ସ ମେଣ୍ଟ ଙ୍କ ସଫେଇ….
ଧନତେରେସ ଦିନ କୋରାପୁଟ ଜିଲ୍ଲା ଜୟପୁର ସହରର ଅଳଙ୍କାର ଦୋକାନରେ ଜିଏସଟି ବିଭାଗର ଚଢ଼ାଉ ପରେ ସଂପୃକ୍ତ ଦୋକାନର ମାଲିକ ପି. ହରି ପ୍ରସାଦ ଙ୍କ ହୃଦଘାତ ରେ ମୃତ୍ୟୁ ଅଭିଯୋଗ କୁ ନେଇ କଳାହାଣ୍ଡି ବ୍ୟବସାୟୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଏନେଇ କଳାହାଣ୍ଡି ଜିଲ୍ଳାର ବିଭିନ୍ନ ବ୍ୟବସାୟୀ ସଙ୍ଘର କର୍ମକର୍ତ୍ତା ମାନେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଭେଟିଛନ୍ତି। ବିଶେଷ କରି ପର୍ବ ପର୍ବାଣୀ ସମୟରେ ଜିଏସଟି ବିଭାଗ ଚଢ଼ାଉ କରିବା ଘଟଣା କୁ ବିରୋଧ କରି ବ୍ୟବସାୟୀ ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଅପରପକ୍ଷରେ ଜିଏସଟି ରେଡ୍ ନୁହେଁ ଏହା ବିଭାଗର ରୁଟିନ୍ ଇନିସସ୍ପେକନ ବୋଲି କଳାହାଣ୍ଡି ଡିସିସିଟି, ଏନଫୋର୍ସ ମେଣ୍ଟ ସଫେଇ ଦେଇଛନ୍ତି।
ଗତ ସୋମବାରକଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ ର ବ୍ୟବସାୟୀ ସଙ୍ଗଠନ ର ପଦାଧିକାରୀ ମାନେ ଭବାନୀପାଟଣା ହୋଟେଲ ଆମ୍ରପାଲି କ୍ଲାସିକ ରେ ଏକତ୍ରିତ ହେବା ପରେ ଜି ଏସ ଟି କାର୍ଯ୍ୟାଳୟକୁ ଯାଇଥିଲେ।ସେଠାରେ ଡିସିସିଟି, ଏନଫୋର୍ସ ମେଣ୍ଟ ସମୀର ମାଝୀ, ଏସିସିଟି, ଏନଫୋର୍ସ ମେଣ୍ଟ ତନ୍ମୟ ନାଏକ, ସି ଟି ଓ ହରେକୃଷ୍ଣ ସାହୁ, ପୂର୍ଣାନନ୍ଦ ନନ୍ଦ ଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥଲା।କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ଓ ପୂର୍ବ ବର୍ଷ ମାନଙ୍କରେ ମଧ୍ଯ ଧନତେରସ ଦିନ ହିଁ ସ୍ଥାନୀୟ ଛୋଟ ଛୋଟ ସୁନା ଗହଣା ଦୋକାନରେ ଜିଏସ୍ଟି ବିଭାଗର
ଚଢ଼ଉ ହୋଇଥିଲା । ପର୍ବ ପର୍ବାଣି ସମୟରେ ଜିଏସଟି ଚଢ଼ଉ ଯୋଗୁଁ ବ୍ୟବସାୟରେ ବ୍ୟାଘାତ ଘଟୁଛି। ଚଢାଉ ପରେ ସଂପୃକ୍ତ ପ୍ରତିଷ୍ଠାନ କେତେ ଟଙ୍କାର ଟିକସ ଫାଙ୍କି କରିଛନ୍ତି ସେନେଇ ଜିଏସ୍ଟି ବିଭାଗ ପକ୍ଷରୁ ସାଧାରଣରେ କିମ୍ବା ଗଣମାଧ୍ୟମରେ ମଧ୍ୟ ସୂଚନା ଦିଆଯାଏ ନାହିଁ । ଫଳରେ ଜିଏସ୍ଟି ଚଢ଼ଉ ହୋଇଥିବା ବ୍ୟବସାୟୀ ସଂସ୍ଥା ର ଭୁଲ ଥାଉ କି ନଥାଉ ଗଣ ମାଧ୍ୟମରେ ସାଧାରଣରେ ନିନ୍ଦିତ ହେବା ହିଁ ସାର ହୁଏ ବୋଲି ବ୍ୟବସାୟୀ ସଙ୍ଘ ସଭାପତି ବିଜୟ ସାହୁ କ୍ଷୋଭ ପ୍ରକାଶ କରିଥଲେ।ଅଭିଯୋଗ କିମ୍ବା ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ହେଲେ ଜିଏସ୍ଟି ଅଧିକାରି ମାନେ ସମ୍ପୃକ୍ତ ବ୍ୟବସାୟ ପ୍ରତିଷ୍ଠାନ କୁ ଇନିସସ୍ପେକନ କରି ଯାଞ୍ଚ କରିଥାନ୍ତି ଓ ଏହା ଏକ ନିୟମିତ ପ୍ରକ୍ରିୟା ବୋଲି ଶ୍ରୀ ମାଝୀ ପ୍ରକାଶ କରିଥଲେ କିନ୍ତୁ ଏହାକୁ ଜିଏସଟି ରେଡ ବୋଲି ଗଣ ମାଧ୍ୟମରେ ପ୍ରଚାର ହୋଇଯାଏ ବୋଲି କହିଥିଲେ। ଇନିସସ୍ପେକନ କୁ ଜିଏସ୍ଟି ରେଡ ବୋଲି ଅତିରଞ୍ଜିତ ନ କରିବା ପାଇଁ ଗଣ ମାଧ୍ୟମକୁ ଜିଏସ୍ଟି ବିଭାଗ ପକ୍ଷରୁ ଆଗତୁରା ସ୍ପଷ୍ଟୀକରଣ ଦେବା ର ଆବଶ୍ୟକତା ରହିଛି ବୋଲି ବ୍ୟବସାୟୀ ମାନେ ଦାବୀ କରିଥଲେ ପୁନଶ୍ଚ ଇନିସସ୍ପେକନ ସମୟରେ ପୋଲିସ ଫୋର୍ସ ନେଇ ନ ଯିବା ଉପରେ ଜୋର ଦେଇଥିଲେ। ଏଵଂ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପର୍ବ ପର୍ବାଣି ସମୟରେ ଟ୍ୟାକ୍ସ ତନଖି ନାମରେ ଜିଏସଟି ଇନିସସ୍ପେକନ ନ କରିବାକୁ ଦାବୀ କରିଥଲେ।
ପରେ ସ୍ଥାନୀୟ ଆମ୍ରପାଲି କ୍ଲାସିକ୍ ଠାରେ ଆୟୋଜିତ ଏକ ବୈଠକରେ ଜୟପୁର ଜିଏସଟି ବିଭାଗ ଅଧିକାରୀଙ୍କ ଉଦ୍ଦେଶ୍ୟମୂଳକ ଓ ମାତ୍ରାଧିକ କାର୍ଯ୍ୟକଳାପର ଦୃଢ଼ ନିନ୍ଦା କରାଯାଇ ପ୍ରସ୍ତାବ ଆଗତ କରାଯାଇଥିଲା । କଳାହାଣ୍ଡିରେ ମଧ୍ୟ ଜିଏସ୍ଟି ବିଭାଗ ଅଧିକାରୀଙ୍କ ମାତ୍ରାଧିକ ଓ ଉଦ୍ଦେଶ୍ୟମୂଳକ କାର୍ଯ୍ୟକଳାପର ତୀବ୍ର ବିରୋଧ କରାଯାଇଥିଲା। ଭବାନୀ ପାଟଣା ବ୍ୟବସାୟୀ ସଙ୍ଘର ସଭାପତି ବିଜୟ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ସଂପାଦକ ନିରୋଜ ପଟ୍ଟନାୟକ,ଧର୍ମଗଡ ଚେମ୍ବର ଅଫ କମର୍ସ ର ସଭାପତି ବିଦ୍ୟାଧର ସାହୁ,ସଂପାଦକ ଅରୁଣ ତାୟଲ,କେସିଙ୍ଗା ସଂପାଦକ ଅନିଲ କୁମାର ଜୈନ, ଜୁନାଗଡ଼ ବଣିକ ସଂଘ ର ସଭାପତି ମୁକେଶ କୁମାର ଅଗ୍ରୱାଲ, ଜୟ ପାଟଣା ବଣିକ ସଂଘ ର ସଭାପତି ବିଜୟ ବେହେରା,ଦଣ୍ଡପାଟ ବ୍ୟବସାୟୀ ସଂଘର ସଭାପତି ଲଳିତ କୁମାର ଅଗ୍ରୱାଲ,ଲଡୁଗାଁ ବ୍ୟବସାୟୀ ସଙ୍ଘର ସଭାପତି ରାଜେଶ ଶର୍ମା,ସଂପାଦକ ସରୋଜ ସାହୁ, ସମେତ ନର୍ଲା,ମୁଖିଗୁଡା, ଉତ୍କେଲା ଓ ବିଭିନ୍ନ ଅଞ୍ଚଳର ବ୍ୟବସାୟୀ ମାନେ ଯୋଗ ଦେଇଥିଲେ।
କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )