November 14, 2025
Home » ପଲଶାଗୋରା ଠାରେ ବ୍ଲକ ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ l

ପଲଶାଗୋରା ଠାରେ ବ୍ଲକ ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ l

0
WhatsApp Image 2025-05-17 at 12.55.05 PM

ସୁବର୍ଣ୍ଣପୁର— ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମା ଭୈରବୀ କଳା ପରିଷଦ କ୍ଳବ୍ ଠାରେ ବ୍ଲକ ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇଯାଇଛି l କଳିଙ୍ଗ ଟିଭି ପ୍ରତିନିଧି ଭାର୍ଜନ କୁମାର୍ ପ୍ରଧାନଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାଯ୍ୟକ୍ରମରେ ମୁଖ୍ୟ ଅତିିଥି ଭାବେ ବିଶିଷ୍ଟ ନାଟ୍ୟକାର ହରିହର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ସେନା ଅଧିକାରୀ , ତଥା କଳାକାର ମନୋଜ କୁମାର ମହାନ୍ତି, ଶିକ୍ଷାବିତ୍ ଲକ୍ଷଣ କୁମାର୍ ମହାପାତ୍ର, କବି ଦିଲିପ କୁମାର ମହାନ୍ତି, ଅଜିତ କୁମାର ଗିରି, ରାଜେନ୍ଦ୍ର ମହାପାତ୍ର, ହୃଦାନନ୍ଦ ଦନ୍ତା,ସାମ୍ୱାଦିକ ଅଜିତ ବସ୍ତିଆ, ତରଣୀସେନ ସାହୁ ଯୋଗ୍ ଦେଇଥିଲେ l ଡ଼ଃ. ଅଚ୍ୟୁତ ସାମନ୍ତଙ୍କ ଦିଗ ଦର୍ଶନରେ 2013 ମସିହାରେ ମେ ମାସ 17ତାରିଖରୁ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇ ଆସୁଛି l ଚଳିତ ବର୍ଷର ଥିମ୍ ରହିଥିଲା ନାଇବର ଗୁଡ ବା ପଡୋଶୀଙ୍କ ସହିତ ସୁସମ୍ପର୍କ ସ୍ଥାପନ l ଓଡ଼ିଶା ସମେତ ଭାରତ ଓ ଭାରତ ବାହାରେ ବିଶ୍ଵର 120ଗୋଟି ଦେଶରେ ପାଲିତ ହେଉଛି ଏହି କାର୍ଯ୍ୟକ୍ରମ l ଆଜିର କାର୍ଯକ୍ରମରେ ବହୁ ବୁଦ୍ଧିଜୀବୀ, କଳାକାର, ନାଟ୍ୟକାର, ସାହିତ୍ୟିକ, ଶିକ୍ଷାବିତ୍, ସମାଜସେବୀ ଯୋଗ ଦେଇ ଡ଼ଃ. ଅଚ୍ୟୁତ ସାମନ୍ତ ଙ୍କ ଏହି ବାର୍ତ୍ତାକୁ ପ୍ରଶଂସା କରିବା ସହିତ ଏହା ସମସ୍ତେ ପାଳନ କରିବା ଆବଶ୍ୟକ ବୋଲି କହିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *