July 1, 2025
Home » ପଶ୍ଚିମବଙ୍ଗ, ୟୁପିରୁ ଆସି ଡକାୟତି ଯୋଜନା କରୁଥିବା ବେଳେ ମାଡି ବସିଲା ପୋଲିସ l

ପଶ୍ଚିମବଙ୍ଗ, ୟୁପିରୁ ଆସି ଡକାୟତି ଯୋଜନା କରୁଥିବା ବେଳେ ମାଡି ବସିଲା ପୋଲିସ l

0
WhatsApp Image 2025-05-22 at 6.28.36 PM

ସୁବର୍ଣ୍ଣପୁର: ଟାଉନ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ତେଲ ନଦୀ ରିଙ୍ଗ ରୋଡ ଲେପ୍ରୋସି କଲୋନୀ ନିକଟରେ ୮ ରୁ ୧୦ ଜଣ ଅସାମାଜିକ ବ୍ୟକ୍ତି ଏକାଠି ହୋଇ ଡକାୟତି ଯୋଜନା କରୁଥିବା ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା ସୋନପୁର ପୋଲିସ। ତୁରନ୍ତ ପୋଲିସ ଟିମ ସେହି ସ୍ଥାନରେ ଚଢାଉ କରିଥିଲା। ପୋଲିସକୁ ଦେଖି ସେମାନେ ଦୌଡି ପଳାଇଥିବା ବେଳେ ସେଥି ମଧ୍ୟରୁ ଦୁଇ ଜଣଙ୍କୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗର ଏମଡି ଜୁଲଫିକର ମଣ୍ଡଳ ଓ ଉତ୍ତର ପ୍ରଦେଶର ସତିଶ ଗୌଡ। ସେମାନଙ୍କୁ ଯାଞ୍ଚ କରିବାରୁ ସେମାନଙ୍କ ନିକଟରୁ ଗୋଟିଏ ଟର୍ଚ୍ଚ ଲାଇଟ, ଲୁହା ଛଡ, ଲଙ୍କା ଗୁଣ୍ଡ ର ପ୍ୟାକେଟ, ଗୋଟିଏ ମେଗାଜିନ ଓ ଗୋଟିଏ ଜୀବନ୍ତ ଗୁଳି ପୋଲିସ ଜବତ କରିଥିଲା। ପରେ ଉକ୍ତ ଦୁଇ ଜଣ ଅନ୍ୟ ମାନଙ୍କର ପରିଚୟ ଦେଇଥିଲେ। ଏହି ବାବଦରେ ସୋନପୁର ଥାନା କେସ ନମ୍ବର.113/2025 U/s- 310(4)/310(5) BNS / 25(1) (a) ARMS Act. ରୁଜୁ ହୋଇଛି। ଉକ୍ତ କେସ ର ତଦନ୍ତ ସମୟରେ ତଦନ୍ତକାରୀ ଅଧିକାରୀ ଏସଆଇ ଦିପ୍ତି ରଞ୍ଜନ ଦିଗାଳ ଙ୍କ ନେତୃତ୍ବରେ ଏକ ଟିମ୍ ଅନ୍ୟ ଅଭିଯୁକ୍ତ ମାନଙ୍କୁ କାବୁ କରିବାପାଇଁ ବିଭିନ୍ନ ଜାଗାରେ ରେଡ କରିଥିଲା। ଏହି କ୍ରମରେ ଜିଲ୍ଲାପାଳ ଅଫିସ ର ପଛ ପଟ ବସ୍ତିରେ ଗୋଟିଏ ଘରେ ରେଡ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା କିର୍ତ୍ତିପୁର ଗ୍ରାମର ଲିପୁନ ମହାକୁର (୨୦) ନାମକ ଜଣେ ଯୁବକକୁ ପୋଲିସ କାବୁ କରିଥିଲା ଓ ତା ପାଖରୁ ଗୋଟିଏ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ କରଯାଇଥିଲା ଏବଂ ଉକ୍ତ ଘରର ତଲାସି ନେବା ସମୟରେ ତଦନ୍ତକାରୀ ଅଧିକାରୀ ସେଠାରେ ବେଆଇନ ଭାବରେ ଗଚ୍ଛିତ ଗଞ୍ଜେଇ ଥିବା ପାଇଥିଲେ। NDPS Act ର ନିୟମ ଅନୁଯାୟୀ ୪କେଜି ଗଞ୍ଜେଇକୁ ଜବତ କରିବା ସହ ଏହି ବାବଦରେ ସୋନପୁର ଥାନାରେ ଅନ୍ୟ ଏକ ମାମଲା 114 Dt.22.05.2025 U/s-20(b)(ii) B / 29 NDPS Act. କେସ ରୁଜୁ ହୋଇଛି। ଶାନ୍ତି ପ୍ରିୟ ସୁବର୍ଣ୍ଣପୁର ସହରରେ ଏହିପରି ବାହାର ରାଜ୍ୟ ର ଡକାୟତ ଗ୍ୟାଙ୍ଗ ର ଉପସ୍ଥିତି ଜନସାଧାରଣଙ୍କ ଭିତରେ ଭୟ ସଞ୍ଚାର କରିଥିବା ବେଳେ ସୋନପୁର ପୋଲିସ ର ଏହି ସଫଳତା ପାଇଁ ପୋଲିସ ର କାର୍ଯ୍ୟଦକ୍ଷତାକୁ ଜନସାଧାରଣରେ ପ୍ରଶଂସା କରାଯାଇଛି। ଆଜି ଅପରାହ୍ନରେ ସଦର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ ବହୁତ ଶିଘ ଏହି ଗ୍ୟାଙ୍ଗର ଅନ୍ୟ ମାନଙ୍କୁ ମଧ୍ୟ ଗିରଫ କରିବା ପାଇଁ ଚେଷ୍ଟା ଚାଲିଥିବା ପ୍ରକାଶ କରିଥିବା ବେଳେ ଏହି ଖବରଦାତା ସମ୍ମିଳନୀରେ ଅନ୍ୟ ମାନଙ୍କୁ ମଧ୍ୟରେ ଏଏସପି କେ. ହରି ପ୍ରସାଦ, ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଆଇଆଇସି ତାପସ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *