January 31, 2026
Home » ପଶ୍ଚିମ ସୋମନାଥ ବାବା ଙ୍କ ପବିତ୍ର ଗଙ୍ଗା ଜଳଶାୟୀ

ପଶ୍ଚିମ ସୋମନାଥ ବାବା ଙ୍କ ପବିତ୍ର ଗଙ୍ଗା ଜଳଶାୟୀ

0
WhatsApp Image 2026-01-30 at 5.56.25 PM

ସୁବର୍ଣ୍ଣପୁର ମନ୍ଦିର ମାଳିନୀ ସହର ଭାବେ ଓଡ଼ିଶା ମାନଚିତ୍ର ରେ ପରିଚିତ। ଏଠି ଅଷ୍ଟବିଷ୍ଣୁ ଅଷ୍ଟଚଣ୍ଡି ପୂଜା ପାଉଛନ୍ତି।ସୋନପୁର ସହର ଘୋଡ଼ାଘାଟପଡା ରେ ବିରାଜମାନ କରିଛନ୍ତି ବାବା ପଶ୍ଚିମ ସୋମନାଥ। ମାଘ ମାସ ଶୁକ୍ଳପକ୍ଷ ଦ୍ଵାଦଶୀ ପୁଣ୍ୟ ତିଥିରେ ବାବା ଙ୍କୁ ପବିତ୍ର ଗଙ୍ଗା ଜଳଶାୟୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ତଥା ଜିଲ୍ଲା ବାହାର ଅନେକ ଭକ୍ତ ଆସି ବାବା ପଶ୍ଚିମ ସୋମନାଥ ଙ୍କ ଗଙ୍ଗା ଜଳଶାୟୀ କୁ ଦର୍ଶନ କରି ବିଭୁ କୃପା ଲାଭ କରିଥିଲେ। ପରିଚାଳନା କମିଟି ତରଫରୁ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା। ଧାଡ଼ି ରେ ଛିଡ଼ାହୋଇ ପିତ୍ତଳ ଗରିଆ ରେ ଗଙ୍ଗା ଜଳ ଅର୍ପଣ କରୁଥିଲେ ଉପସ୍ଥିତ ଭକ୍ତ l ଏହି ପରିପ୍ରେକ୍ଷୀରେ ଭକ୍ତିପୂର୍ଣ୍ଣ କାର୍ଯ୍ୟକ୍ରମ ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…..

Leave a Reply

Your email address will not be published. Required fields are marked *