April 29, 2025
Home » ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

0
WhatsApp Image 2025-04-26 at 8.48.47 AM

ଜିଲ୍ଲା ନାରୀ ଶକ୍ତି ଓ ୱାନ୍ ଷ୍ଟେପ୍ ସେଣ୍ଟର ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା

ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ନବରଙ୍ଗପୁର ଜିଲ୍ଲା ନାରୀ ଶକ୍ତି ଓ ୱାନ୍ ଷ୍ଟେପ୍ ସେଣ୍ଟର ପକ୍ଷରୁ ଦିବଂଗତଙ୍କ ଅମର ଆତ୍ମାର ସଦଗତି କାମନା କରି ନବରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଗାନ୍ଧି ଛକ ପର୍ଯ୍ୟନ୍ତ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ନିରୀହ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ଆକ୍ରମଣ କାର୍ଯ୍ୟକଳାପ ନେଇ ଦୃଢ଼ ନିନ୍ଦା କରିବା ସହ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭାରତ ସରକାରଙ୍କୁ ନିବେଦନ କରିଥିଲେ। କାଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀ ମାନେ ନୀରିହ ପର୍ଯ୍ୟଟକ ମାନଙ୍କୁ ନେଇ ଯେଉଁ ନରସଂହାର ସ୍ରୁଷ୍ଟି କଲେ, ତାହାକୁ ନେଇ ବିଶ୍ୱର ପ୍ରମୁଖ ଦେଶ ଏବଂ ରାଷ୍ଟ୍ରନେତା ଗଣ ନିନ୍ଦା କରିଛନ୍ତି l

ତାହାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ ବୋଲି ରାଲିରେ ଉପସ୍ଥିତ ଥିବା ବକ୍ତାଙ୍କ ଦ୍ଵାରା କଡ଼ା ସମାଲୋଚନା କରାଯାଇଥିଲା l ଏହି ଅବସରରେ ନାରୀ ଶକ୍ତିର ମନରମା ମାଝି , ସ୍ଵର୍ଣ୍ଣଲତା ପଟନାୟକ , କିଶୋରୀ ପଟ୍ଟନାୟକ, ସଫିଆ ବାନ, ପ୍ରଭାସିନୀ ମହାନ୍ତି,ସାମା ଅହମଦ୍, ଅମ୍ବୀକା ରଥ, ବିନୟୀ ମିଶ୍ର, ମମତା ମହାରଣା, ପ୍ରଭାସିନି ପଟ୍ଟନାୟକ, ବବିତା ସାହୁ, ସନମ୍ ବେଗମ୍,ସାଇରା ବାନ, ସାକିନା ବାନ, ଦାମିନୀ ନାୟକ, ଜସମିନ୍ ନାୟକ, ସୁମିତା ଗରଡା, ଆଫସାନା ବେଗମ୍, ନାଜ୍ ଆଫରିନ୍, ବନ୍ଦିତା ମଲ୍ଲିକ, ସ୍ୱର୍ଣ ବାଗ୍,ନାସରିନ୍ ବାନ, ଦିପ୍ତୀମୟି ଆଚାରୀ, ଶୁଲେଖା ସୁନା, ସୁଜାତା ମାଝି, ସୁଚିସ୍ମିତା ପାଢି, ମନୀଷା ପଟ୍ଟନାୟକ, ଟୁନି କନ୍ଧପାନ ଓ ନାରୀଶକ୍ତି ର ଆଇନ ପରାମର୍ଶ ଦାତା ରାମ ପ୍ରସାଦ ପାତ୍ର ମଧ୍ଯ ଉପସ୍ଥିତ ଥିଲେ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *