ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ବର୍ବର ଆକ୍ରମଣ ଘଟଣା, ମୃତକଙ୍କ ଆତ୍ମାର ସଦଗତି କାମନା କରି ବ୍ରହ୍ମପୁର ପ୍ରେସ କ୍ଳବ୍ ପକ୍ଷରୁ ନୀରବ ପ୍ରାର୍ଥନା

ବ୍ରହ୍ମପୁର -ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ରହିଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପହଲଗାମ ଠାରେ ପର୍ଯ୍ୟଟକଙ୍କ ଉପରେ ବର୍ବରତାର ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶ ଏକ ପ୍ରକାର ସ୍ତବ୍ଧ ପାଲଟିଯାଇଛି। ଯେପରି ଭାବରେ ଆତଙ୍କବାଦୀ ମାନେ ପର୍ଯ୍ୟଟକଙ୍କ ପରିଚୟ ପଚାରି ଜଣଙ୍କ ପରେ ଜଣଙ୍କ ଏପରି ୨୬ ରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ହତ୍ୟା କରିଥିବା ବେଳେ ଅନେକ ଗୁରୁତ୍ତର ରହିଛନ୍ତି ସେହି ଘଟଣାକୁ ନେଇ ସାରା ଦେଶ ନିନ୍ଦା କରୁଛି । ଏଭଳି ସମୟରେ ଉକ୍ତ ଘଟଣାକୁ ନିନ୍ଦା କରିବା ସହିତ ମୃତକଙ୍କ ଆତ୍ମାର ସଦଗତି କାମନା କରି ବ୍ରହ୍ମପୁର ପ୍ରେସ କ୍ଳବ୍ ପକ୍ଷରୁ ନୀରବ ପ୍ରାର୍ଥନା କରିବା ସହିତ ଆହାତ ମାନେ ଶ୍ରୀଘ୍ର ଯେପରି ଆରୋଗ୍ୟ ଲାଭ କରିବେ ସେ ନେଇ ପ୍ରାର୍ଥନା କରାଯାଇଥିଲା ।
ପ୍ରେସ କ୍ଲବର ସଭାପତି ଅଶୋକ କୁମାର ବ୍ରହ୍ମାଙ୍କ ସଭାପତିତ୍ଵରେ ଆୟୋଜିତ ନୀରବ ପ୍ରାର୍ଥନା ସହିତ ଶୋକସଭାରେ ଦକ୍ଷିଣାଞ୍ଚଳ ପୋଲିସ ଆଇ.ଜି ନିତିଶ ଶେଖର ଯୋଗ ଦେଇ ପହଲଗାମ ଠାରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହିତ ମୃତ ପର୍ଯ୍ୟଟକକଙ୍କ ପରିବାର ପ୍ରତି ଶୋକବ୍ୟକ୍ତ କରିଥିଲେ । ଏହି ଅବସରରେ ବରିଷ୍ଠ ସମ୍ୱାଦିକ ତଥା ପ୍ରମେୟର ଡି.ଜି.ଏମ୍ ଅମ୍ୱିକା ପ୍ରସାଦ ଦାଶ , କଳିଙ୍ଗ ଟିଭି ର ବ୍ୟୁରୋ ପ୍ରକାଶ ପଟ୍ଟନାୟକ , ସମାଜ ର ବରିଷ୍ଠ ସାମ୍ୱାଦିକ ଜାନକୀକାନ୍ତ ପଟ୍ଟନାୟକ , ଇଟିଭି ଭାରତର ବରିଷ୍ଠ ସାମ୍ୱାଦିକ ସମୀର କୁମାର ଆଚାର୍ଯ୍ୟ ,ସୁଦୀପ କୁମରା ସାହୁ , ନାରାୟଣ ମହାଙ୍କୁଡ ପ୍ରମୁଖ ଦେଶରେ ପୁଲହାମା ଘଟଣା ପରେ ଗତକାଲିର ଘଟଣା ଏବଂ ଆତଙ୍କବାଦୀଙ୍କ ବର୍ବରତା କୁ ନିନ୍ଦା କରିବା ସହିତ ଦେଶର ସୁରକ୍ଷା ବାହିନୀ ଏହାର ନିଶ୍ଚିତ ମୁହଁ ତୋଡ ଜବାବ ଦେବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ସଂପାଦକ ପ୍ରହଲ୍ଲାଦ ସାହୁ , କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା , ସହ ସମ୍ପାଦକ ଡି.ଗୋପାଳକୃଷ୍ଣ ରେଡି ଙ୍କ ସମେତ ସହରର ବହୁ ଗଣମାଧ୍ୟମ ପ୍ରତିନିଧି ଏବଂ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।