February 11, 2026
Home » ପାଞ୍ଜି ସମୀକରଣ ବୈଠକରେ ୨୦୨୬–୨୭ ବର୍ଷର ଶ୍ରୀମନ୍ଦିର ପଞ୍ଜିକା ଚୂଡାନ୍ତ

ପାଞ୍ଜି ସମୀକରଣ ବୈଠକରେ ୨୦୨୬–୨୭ ବର୍ଷର ଶ୍ରୀମନ୍ଦିର ପଞ୍ଜିକା ଚୂଡାନ୍ତ

0
WhatsApp Image 2026-02-10 at 6.03.34 PM

ଅନୁଷ୍ଠିତ ପାଞ୍ଜି ସମୀକରଣ ବୈଠକରେ ୨୦୨୬–୨୭ ବର୍ଷର ଶ୍ରୀମନ୍ଦିର ପଞ୍ଜିକା ଚୂଡାନ୍ତ କରିବା ନିମିତ୍ତ ସଂପୃକ୍ତ ସମସ୍ତ ସେବାୟତ ବନ୍ଧୁମାନଙ୍କର, ବିଶେଷତଃ ପୂଜାପଣ୍ଡା ନିଯୋଗ, ଛତିଶା ନିଯୋଗ ନାୟକ, ତଢ଼ଉକରଣ, ଦଇତାପତି ନିଯୋଗ, ଶ୍ରୀମନ୍ଦିର ଜ୍ୟୋତିଷ, ଦେଉଳ ପୁରୋହିତ ଏବଂ ମୁକ୍ତିମଣ୍ଡପ ପଣ୍ଡିତ ସଭାର ପ୍ରତିନିଧିମାନଙ୍କର ସକ୍ରିୟ ସହଯୋଗ ଓ ଦାୟିତ୍ୱପୂର୍ଣ୍ଣ ପରାମର୍ଶ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି । ଆଜି ଚୂଡାନ୍ତ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିରର ଯାନିଯାତ୍ରା ଓ ପର୍ବପର୍ବାଣୀ ସମ୍ବନ୍ଧରେ, ପଞ୍ଜିକା ଏବଂ କ୍ଯାଲେଣ୍ଡର୍ ରେ ନିର୍ଭୁଲ୍ ଓ ତ୍ରୁଟି ଶୂନ୍ଯ ତଥ୍ଯ ମୁଦ୍ରଣ ପାଇଁ ପାଂଚଟି ଯାକ ଅନୁମୋଦିତ ପ୍ରକାଶନ ସଂସ୍ଥାଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ, ଡ. ଅରବିନ୍ଦ କୁମାର ପାଢ଼ୀ।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *