July 1, 2025
Home » ପାଟନାଗଡରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେବା ଘଟଣାକୁ ବିରୋଧ କରି ରାୟଗଡ଼ା ବିଜେଡି ପକ୍ଷରୁ କପିଲାସ ଛକଠାରେ ପ୍ରତିବାଦ ସଭା ଅନୁଷ୍ଠିତ

ପାଟନାଗଡରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେବା ଘଟଣାକୁ ବିରୋଧ କରି ରାୟଗଡ଼ା ବିଜେଡି ପକ୍ଷରୁ କପିଲାସ ଛକଠାରେ ପ୍ରତିବାଦ ସଭା ଅନୁଷ୍ଠିତ

0
WhatsApp Image 2025-04-15 at 8.48.04 PM (1)

ପାଟନାଗଡରେ ପ୍ରବାଦ ପୁରୁଷ, ଓଡି଼ଆ ଜାତିର ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେବା ଘଟଣାକୁ ବିରୋଧ କରି କପିଲାସ ଛକଠାରେ ମଙ୍ଗଳବାର ଅପରାହ୍ନ ୪ ଘଣ୍ଟିକ ସମୟରେ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓଙ୍କ ନେତୃତ୍ୱରେ ବିରାଟ ପ୍ରତିବାଦ ସଭା ହୋଇଯାଇଛି । ଉକ୍ତ ଏକ ଦୁର୍ଭାଗ୍ୟଜନକ ଘଟଣାକୁ ନେଇ ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ତୀବ୍ର ନିନ୍ଦା କରି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ,”ଓଡିଆ ଅସ୍ମିତା ନାମରେ ଠିକା ନେଇଥିବା ଏହି ଭାଜପା ସରକାର ନିକଟରେ ଡେପୁଟି ସିଏମ କେବି ସିଂଦେଓଙ୍କ ନିର୍ବାଚନମଣ୍ଡଳୀରେ ଓଡିଆ ଅସ୍ମିତା ନାମରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିକୁ ନିଆ ଲଗାଇ ଜାଳି ଦେଇଛନ୍ତି । ଦୁଇ ଦିନ ପରେ ତାଙ୍କ ଶ୍ରାଦ୍ଧ ଦିବସ ରହିଛି । ଗତ ମାର୍ଚ୍ଚ ପାଞ୍ଚ ତାରିଖ ବିଜୁବାବୁଙ୍କ ଜନ୍ମ ଦିବସରେ ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ କାଟିଦେଲେ,ବର୍ତ୍ତମାନ ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଜାଳିଦେଲେ। ଓଡ଼ିଆ ଅସ୍ମିତା ନାମରେ ବିଜୁ ବାବୁଙ୍କୁ ଓଡିଶାର ଲୋକଙ୍କଠାରୁ ଦୂର କାରିବା ପାଇଁ ଏହି ସରକାର ପ୍ରୟାସ କରୁଛନ୍ତି । ପ୍ରତ୍ୟେକ ବିଲ୍ଡିଂର ରଙ୍ଗ ବଦଳାଇବା, ବିଜୁ ପଟ୍ଟନାୟକଙ୍କ ନାମରେ ଯୋଜନା ବଦଳାଇବା, ନବୀନ ବାବୁଙ୍କ ଉନ୍ନତି କାର୍ଯ୍ୟକୁ ବନ୍ଦ କରିବା ଛଡା ଅନ୍ୟ କିଛି କାମ ନାହିଁ … ଏହା ହେଉଛି ବିଜେପି ସରକାରଙ୍କ କାମ ଯାହା ଏକ ବର୍ଷ ଧରି ଓଡିଶାରେ କୌଣସି ଅଗ୍ରଗତି କରିପାରି ନାହିଁ।

ଗିରଫ ବ୍ୟକ୍ତି ମାନସିକ ବିକୃତ ବୋଲି ଆଇଜି କହିଥିବା କଥା ନେଇ ଜିଲ୍ଲା ବି ଜେ ଡି ସଭାପତି ଏନ ଭାସ୍କର ରାଓ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ବର୍ତ୍ତମାନ ମାନସିକ ବିକୃତ ବିଜେପିର ସରକାର ସମସ୍ତ ଅଭିଯୁକ୍ତଙ୍କୁ ପାଗଳ ବୋଲି କହି ଧୀରେ ପାର ହେବାକୁ ଚେଷ୍ଟା କରୁଛନ୍ତି , ଏହି ପରି ସରକାର ଆଉ କେତେ ଲୋକଙ୍କୁ ପାଗଳ କହି ପାର କରିବ ? ଯଦି ଆଗାମୀ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ..ଡେପୁଟି ସିଏମ କେବି ସିଂଦେଓଙ୍କ ନିର୍ବାଚନମଣ୍ଡଳୀରେ ଅଭିଯୁକ୍ତକୁ ଗିରଫ କରି ଦଣ୍ଡ ଦେବାକୁ ଆମର ଦାବି..ନଚେତ ଆଗାମୀ ଦିନମାନଙ୍କରେ ଓଡିଶାର ବିଜୁ ପ୍ରେମୀମାନେ ରାଜସ୍ଥାନକୁ ଅଲ୍ଲାଇବେ ବୋଲି ରାଓ କହିଛନ୍ତି ।
ଜିଲ୍ଲା ବିଜେଡ଼ି ସଭାପତିଙ୍କ ନେତୃତ୍ବରେ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମରିକା,ବିନାୟକ କର, ବି ତିରୁପତି ରାଓ,ସୁଜାତା ପାଲ,ରାୟଗଡ଼ା ପୌରପରିଷଦର ଅଧ୍ୟକ୍ଷ, ବିଜେଡି କାଉନସିଲରଗଣ ସମେତ ଅନେକ ବରିଷ୍ଠ ଓ ଯୁବ ନେତୃତ୍ବ ସମେତ ଶହଶହ ବିଜେଡି କର୍ମୀ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *