July 5, 2025
Home » ପାଣି ଟାଙ୍କି ଟ୍ରାକ୍ଟର ଭାରସାମ ହରାଇ ଦୁର୍ଘଟଣାଗ୍ରସ୍ତ…ଜଣେ ମୃତ ,ଦୁଇ ଗୁରୁତର

ପାଣି ଟାଙ୍କି ଟ୍ରାକ୍ଟର ଭାରସାମ ହରାଇ ଦୁର୍ଘଟଣାଗ୍ରସ୍ତ…ଜଣେ ମୃତ ,ଦୁଇ ଗୁରୁତର

0
WhatsApp Image 2024-11-23 at 1.54.23 PM

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କେଲ୍ଲାର ଛକ ନିକଟରେଶୁକ୍ରବାର ସନ୍ଧ୍ୟା ୦୪.୧୫ ସମୟରେ ଏକ ପାଣି ଟାଙ୍କି ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାଗ୍ରସ୍ତରେ ଟ୍ରାକ୍ଟର ରାସ୍ତା ପାର୍ଶ୍ୱରେ ଓଲଟି ପଡିଵା ଫଳରେ ଘଟଣା ସ୍ତଳରେ ଜଣଙ୍କ ମୂତ୍ୟୁ ହୋଇଥିବା ବେଳେ ଗୁରୁତର ଥିବା ଅନ୍ୟ ଦୁଇଜଣଙ୍କୁ ପ୍ରଶାନ୍ତ ଖୋସଲା, ଅରୁଣ ଟାକ୍ରୀ ସହ କେଲ୍ଲାର ଗ୍ରାମର କିଛି ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଆମ୍ବୁଲାନ୍ସ ଯୋଗେ ଲଷ୍ମୀପୂର ହସ୍ପିଟାଲକୁ ପଠାଇଥିଲେ ।

ମୃତ ଜଣକ କେଲ୍ଲାର ଗ୍ରାମର ବିଶୁ ମୁଦୁଲି ବୋଲୀ ଜଣା ପଡିଥିବା ବେଳେ ଗୁରୁତରବସ୍ତାରେ ଅନ୍ୟ ଦୁଇଜଣ ପିତାମ୍ବର, ଲମ୍ବୁ ଦାମୀ ଚିକିତ୍ସିତ ହେଉଛନ୍ତି ।
ଘଟଣାସ୍ତଳରେ ମୃତକଙ୍କ ଆତ୍ମିୟ ,ବନ୍ଧୁମାନେ ଜମା ହୋଇଥିବା ବେଳେ ଲଷ୍ମୀପୂର ପରବ ସାରି ଫେରିବା ବେଳେ ଜିଲ୍ଲା ପରିଷଦ ଶ୍ରୀ ହିଙ୍ଗୁ ସାଉଁନ୍ତା ଉପସ୍ଥିତ ହେଇ ଘଟଣାସ୍ତଳର ସ୍ଥିତିର ସମାଧାନ କରିଥିଲେ ।

ରିପୋର୍ଟ :କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *