October 16, 2024
Home » ପାତାଳୀ ଶ୍ରୀକ୍ଷେତ୍ରରେ ବାହୁଡା଼ ଯାତ୍ରା ଅନୁଷ୍ଠିତ

ପାତାଳୀ ଶ୍ରୀକ୍ଷେତ୍ରରେ ବାହୁଡା଼ ଯାତ୍ରା ଅନୁଷ୍ଠିତ

0

ସୁବର୍ଣ୍ଣପୁର :ନବ ଦିନାତ୍ମକ ଯାତ୍ରା ସାରି ଆଜି ବାହୁଡା଼ ଯାତ୍ରା କୁ ବାହାରିଲେ ଶ୍ରୀଜୀଉ। ଏଥିପାଇଁ ଆଜି ସମଗ୍ର ପାତାଳୀ ଶ୍ରୀକ୍ଷେତ୍ର ଏକ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା l ସକାଳ ୫ ଘ. ମଙ୍ଗଳ ଆଳତି, ସକାଳ ୭ଘ. ଖେଚୁଡ଼ି ଭୋଗ, ସକାଳ ୮ ଘ.ମଙ୍ଗଳାର୍ପଣ, ବେଶ ,ପୂର୍ବାହ୍ନ ୧୧.ଘ. ଧାଡ଼ି ପହଣ୍ଡି ରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯାଇଥିଲା l ଛେରା ପହଁରା ରେ ସହଯୋଗ କରିଥିଲେ ନରସିଂହ ପଧାନ, ମିତ୍ରଭାନୁ ମହାକୁର, ଶରଦ ଚାନ୍ଦ। ଅପରାହ୍ନ ୧ ଘ. ରଥରେ ଛେରା ପହଁରା କରିଥିଲେ ଗଡତିଆ ଶ୍ରୀ ଚମରା ଅମାତ ।

ସଂକୀର୍ତ୍ତନ, ଘଣ୍ଟ,ଶଙ୍ଖ, ହରିବୋଲ ହୁଳହୁଳି, ଜୟ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ପାତାଳୀ ଶ୍ରୀକ୍ଷେତ୍ର। ଲକ୍ଷାଧିକ ଭକ୍ତଙ୍କ ସମାଗମ ରେ ସମଗ୍ର କ୍ଷେତ୍ର ଚଳଚଞ୍ଚଳ ରହିଥିଲା। ସୁବର୍ଣ୍ଣପୁର ର ଚନ୍ଦ୍ରିକା ସେବା ଟ୍ରଷ୍ଟ ତରଫରୁ ଅନ୍ନ ପ୍ରସାଦ, ପାନୀୟ ଜଳର ସେବା ଯୋଗାଇ ଦିଆଯାଇଥିବା ବେଳେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ଶୃଙ୍ଖଳା ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା । ପୋଲିସ , ସ୍ୱାସ୍ଥ୍ୟ, ଅଗ୍ନିଶମ ସେବା ବିଭାଗ ତରଫରୁ ଲୋକଙ୍କୁ ସେବା ଦେଇଥିବାବେଳେ ଆଜିର ବାହୁଡା଼ ଯାତ୍ରା ରେ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା , ଏଡିଏମ୍ ଅଞ୍ଜଳିନା ପ୍ରଧାନ, ରାଜସ୍ବ ଅଧିକାରୀ ଅଜିତ୍ ମିର୍ଦ୍ଧା ପ୍ରମୁଖ ଯୋଗ ଦେଇଥିଲେ ।

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *