ପାତାଳୀ ଶ୍ରୀକ୍ଷେତ୍ର ମନ୍ଦିର ନିର୍ମାଣ ସଠିକ ଭାବରେ ହେବା ନେଇ ପାତାଳୀ ସେନା ପକ୍ଷରୁ ଦାବି ପତ୍ର ପ୍ରଦାନ l
ଆଜି ସୋନପୁର ସର୍କିଟ ହାଉସ୍ ରେ ପାତାଳୀ ସେନା ର ଏକ ପ୍ରତିନିଧି ମଣ୍ଡଳୀ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ ସାକ୍ଷାତ କରିଛନ୍ତି l ପାତାଳୀ ଶ୍ରୀକ୍ଷେତ୍ର ର ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ସରକାର ହାତ କୁ ନେଇଥିବାରୁ ସେମାନେ ଧନ୍ୟବାଦ୍ ଜଣାଇଥିଲେ । ଏହି ମନ୍ଦିର କାର୍ଯ୍ୟ ଆରମ୍ଭ ରୁ ଏହାର ଯୋଜନା ପ୍ରଣୟନ ଠିକ୍ ହିସାବ ରେ ହୋଇ ନଥିବା ସେମାନେ ଜଣାଇଥିଲେ l ଆହୁରି ମଧ୍ୟ ସେମାନେ ଜଣାଇଥିଲେ ବାରମ୍ବାର କାମ କରିବାରେ ଆନୁଷଙ୍ଗିକ ବାଧା ଉପୁଜିବା ଏକ ଦୁଃଖଦ ବିଷୟ । ତରବରିଆ ଭାବରେ କାର୍ଯ୍ୟ ହୋଇ ମନ୍ଦିର ନିର୍ମାଣ ହେଲେ ଜଗନ୍ନାଥ ଙ୍କ ଆଦି ପୀଠ କୁ ଏହା ଅପମାନ ହେବ। ଏଣୁ ଶୀଘ୍ର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଦ୍ୱୟ , ସ୍ଥାନୀୟ ବିଧାୟକ, ସାଂସଦ, ପର୍ଯ୍ୟଟନ ବିଭାଗ , ସଂସ୍କୃତି ବିଭାଗ ର ମନ୍ତ୍ରୀ, ସଚିବ ମାନେ ଶ୍ରୀ ପାତାଳୀ କ୍ଷେତ୍ର ଟ୍ରଷ୍ଟ, ପାତାଳୀ ସେନା, ଜିଲ୍ଲା ପ୍ରଶାସନ ଓ ଅଞ୍ଚଳର ଜଗନ୍ନାଥ ପ୍ରେମୀ ଙ୍କ ସହ ଏକ ପ୍ରତ୍ୟକ୍ଷ ଆଲୋଚନା କରିବା ପାଇଁ ସେମାନେ ରାଜ୍ୟ ସଭାପତି ଙ୍କ ଜରିଆରେ ସରକାର ଙ୍କୁ ଅନୁରୋଧ କରିଥିଲେ।

ଶିଳ୍ପଶୂନ୍ୟ ସୁବର୍ଣ୍ଣପୁର ଜିଲ୍ଲା ରେ ପର୍ଯ୍ୟଟନ କ୍ଷେତ୍ର ଉତ୍କଟ ଦାଦନ ସମସ୍ୟା ରୋକିବାରେ ମୁଖ୍ୟ ସହାୟକ ହେବ। ଏଣୁ ପାତାଳୀ ଶ୍ରୀକ୍ଷେତ୍ର ସହ ସମ୍ପୂର୍ଣ୍ଣ ସୁବର୍ଣ୍ଣପୁର ଜିଲ୍ଲା କୁ ଏକ ପର୍ଯ୍ୟଟନ ହବ୍ ରୂପରେ ନୂତନ ସରକାର ଗଢି ତୋଳନ୍ତୁ। ରାମ ଲାଲା ଙ୍କ ଜନ୍ମ ଭୂମି ରେ ବିରାଟ ମନ୍ଦିର ତୋଳି ଭାରତୀୟ ସଂସ୍କୃତି କୁ ସମ୍ମାନ ଦେଇଥିବା ଭାଜପା ସରକାର ଜଗନ୍ନାଥ ଙ୍କ ଆଦିପୀଠ ରେ ଉତ୍ତମ ଯୋଜନା ମୁତାବକ ଶାସ୍ତ୍ରୀୟ ମନ୍ଦିର ନିର୍ମାଣ ପାଇଁ ଯତ୍ନବାନ ହେଲେ ନୂଆଁ ସରକାର ଙ୍କ ଯଶ ବଢିବ ବୋଲି ସେମାନେ ଯୁକ୍ତି ବାଢ଼ିଥିଲେ। ପୁରୁଣା ସରକାର ବିଭିନ୍ନ ସହରାଞ୍ଚଳ ରେ ମନ୍ଦିର ମାନ ନିର୍ମାଣ କରିଥିବା ବେଳେ ଏକ ଅବହେଳିତ, ଜଙ୍ଗଲ ଘେରା ଅପହଞ୍ଚ ଅଞ୍ଚଳ ରେ ଥିବା ଜଗନ୍ନାଥ ଙ୍କ ଆଦି ପୀଠ ରେ ଭବ୍ୟ ମନ୍ଦିର ନିର୍ମାଣ ଓ ପୀଠ ର ପ୍ରଚାର ପ୍ରସାର ସହ ଏହି ପୀଠ କୁ ନୂଆଁ ସରକାର ପୋଷ୍ୟ କ୍ଷେତ୍ର ଆକାର ରେ ଗ୍ରହଣ କରନ୍ତୁ ବୋଲି ସେମାନେ କହିଛନ୍ତି।ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ୍ ଏ ନେଇ ସରକାର ଙ୍କ ବିଭିନ୍ନ ବିଭାଗ ସହ ଆଲୋଚନା କରି ସରକାର ଙ୍କ ତରଫ ରୁ ଶୀଘ୍ର ଏକ ବୈଠକ ଡାକିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପାତାଳୀ ସେନା ଏ ନେଇ ଉଚ୍ଚ ଆଶା ସହ ଶ୍ରୀ ସାମଲ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟ ରେ ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଙ୍କ ସହ ପାତାଳୀ ସେନା ପକ୍ଷ ରୁ ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ମଣ୍ଟୁ ମନ୍ତ୍ରା, ବ୍ରଜ ବିହାରୀ ବିଶି ଆଦି ଉପସ୍ଥିତ ଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
