July 1, 2025
Home » ପାରମ୍ପରିକ ପୋଷlକ ପରିଧାନ ପାଇଁ ଶ୍ରୀମନ୍ଦିର ଆଗରେ ଜନସଚେତନା କାର୍ଯ୍ୟକ୍ରମ

ପାରମ୍ପରିକ ପୋଷlକ ପରିଧାନ ପାଇଁ ଶ୍ରୀମନ୍ଦିର ଆଗରେ ଜନସଚେତନା କାର୍ଯ୍ୟକ୍ରମ

0
WhatsApp Image 2025-01-05 at 1.55.26 PM

ଆମ ପୋଷକ ପରିଧାନ, ଆମ ସଂସ୍କୃତି, ଆମ ପରିଚୟ l ତେବେ ଦୁଃଖ ଏବଂ ପରିତାପର ବିଷୟ ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ଆମର ସଂସ୍କୃତି ଏବେ ପଥଭ୍ରଷ୍ଟ l ବିଶେଷକରି ଯୁବପିଢ଼ି ନିକଟରେ ଓଡ଼ିଆ ଜାତିର ପାରମ୍ପରିକ ପୋଷକ ପରିଧାନର ମର୍ଯ୍ୟାଦାହାନୀ ବହୁଳ ଭାବେ ଆମ ଓଡ଼ିଆ ସଂସ୍କୃତିକୁ ପ୍ରଭାବିତ କରିଛି l ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରୀ ଶ୍ରୀମନ୍ଦିର ଆଗରେ ଇଂରାଜୀ ନୂଆବର୍ଷ 2025 ର ପ୍ରଥମ ଦିବସରେ ଆୟୋଜିତ ହୋଇଥିଲା ଏକ ଅଭିନବ ଜନସଚେତନତା କାର୍ଯ୍ୟକ୍ରମ l ଟ୍ରଷ୍ଟ ସଭାପତି ଦମନ ମହାନ୍ତିଙ୍କ ନେତୃତ୍ୱରେ ସମାଜସେବୀ ସଂଗ୍ରାମ କୁମାର ଦାସ,ଦିଲୀପ କୁମାର ନାଥ,କାଳନ୍ଦୀ ମଲିକ, ରମେଶ ଦେହୁରୀ ଓ ନିହାର ରଞ୍ଜନ ସାହୁ ପ୍ରମୁଖ ପ୍ଲାକାର୍ଡ ଧରି ଧାର୍ମିକ ମର୍ଯ୍ୟାଦା ଅକ୍ଷୁର୍ଣ ରଖିବା ପାଇଁ ଧାର୍ମିକ ଉପାସନା ସ୍ଥଳରେ ପାରମ୍ପରିକ ପୋଷକ ପରିଧାନ ଉପରେ ଜନସଚେତନା ସୃଷ୍ଟି କରିଥିଲେ l ଆସ ଭାଇ ଜୟ ଜଗନ୍ନାଥ କହିବା, ହଲୋ ହାୟ ଛାଡ଼ିବା କହି ସମ୍ଭାଷଣ କରିବା ପାଇଁ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା l ପାରମ୍ପରିକ ପୋଷାକ ପିନ୍ଧି ମନ୍ଦିର କୁ ଯିବା, ଆମ ଓଡ଼ିଶା ର ମାନ ରଖିବା ଓ ବିଭୁ କୃପା ପାଇବା ଏହି ବାର୍ତ୍ତା ରଖି ଶ୍ରୀମନ୍ଦିର ର ପରିକ୍ରମା ପ୍ରକଳ୍ପ ପରି ଭ୍ରମଣ କରିଥିଲେ। ବହୁ ଭକ୍ତ ଏହାକୁ ସ୍ଵାଗତ କରିଥିଲେ।

Leave a Reply

Your email address will not be published. Required fields are marked *