October 23, 2025
Home » ପାରାଦୀପରେ ଏମଏସଏମଇ ଭେଣ୍ଡର ବିକାଶ ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ

ପାରାଦୀପରେ ଏମଏସଏମଇ ଭେଣ୍ଡର ବିକାଶ ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ

0
WhatsApp Image 2025-10-15 at 6.33.06 PM

 

ପାରାଦୀପ – ଭାରତ ସରକାରଙ୍କ ସୁକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରଣାଳୟ ର ଏମଏସଏମଇ ବିକାଶ ଓ ସୁବିଧା କାର୍ଯ୍ୟାଳୟ ଏବଂ ପାରାଦୀପ ବନ୍ଦର ପ୍ରାଧିକରଣ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପାରାଦୀପ ବିଜୁ କନଭେସନ ସେଣ୍ଟର ଠାରେ ଅକ୍ଟୋବର ୧୪ ଏବଂ ୧୫ ତାରିଖ ଏକ ଦୁଇଦିନିଆ ଭେଣ୍ଡର ବିକାଶ ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏମଏସଏମଇ ଏବଂ କେନ୍ଦ୍ରୀୟ ସରକାରୀ ଉଦ୍ୟୋଗ ଓ ବିଭାଗ ମଧ୍ୟରେ ବ୍ୟବସାୟିକ ସହଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ସମ୍ପଦ ଚନ୍ଦ୍ର ସ୍ୱାଇଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ l

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ପି.ଏଲ.ହରନାଦ, ଇଫକୋ ପାରାଦୀପ ୟୁନିଟ ମୂଖ୍ୟ ପି.କେ.ମହାପାତ୍ର, ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୌଶିକ ବସୁ,ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ଓଡିଶା ସରକାରଙ୍କ ଶିଳ୍ପ ନିର୍ଦ୍ଦେଶିକା ଆବୋଲି ସୁନୀଲ ନରଭଣେ (ଆଇଏଏସ), ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ l କଟକ ଏମଏସଏମଇ-ଡିଏଫଓ ଯୁଗ୍ମ ନିର୍ଦ୍ଦେଶକ ପି.କେ.ଗୁପ୍ତା ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ଉଦଘାଟନୀ ଅଧିବେଶନରେ ଏମଏସଏମଇ-ଡିଏଫଓ ସହ ନିର୍ଦ୍ଦେଶକ ଡ଼ଃ. ଏସ.ଏନ.ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ ଓଡିଶାରୁ ପ୍ରାୟ ୧୫୦ ରୁ ଉର୍ଦ୍ଧ ଏମଏସଏମଇ ସଂସ୍ଥା ଅଂଶଗ୍ରହଣ କରିଥିଲେ l ବିଭିନ୍ନ ସରକାରୀ ବିଭାଗ ଏବଂ ଏମଏସଏମଇ କ୍ଷମତା ଓ ଉତ୍ପାଦ ପ୍ରଦର୍ଶନ ପାଇଁ ୨୦ ଟି ପ୍ରଦର୍ଶନୀ ଷ୍ଟଲ ସ୍ଥାପନ କରାଯାଇଥିଲା l ପ୍ରଥମ ଦିନରେ ପାରାଦୀପ ବନ୍ଦର ପ୍ରାଧିକରଣ, ଆଇଓସିଏଲ, ଏମସିଏଲ, ଆରଏସପି, ପୂର୍ବତଟ ରେଳ ବିଭାଗ, ଆଇଆରସିଟିସି, ଏନଟିପିସି, ହାଲ, ଅର୍ଡନାନ୍ସ ଫ୍ୟାକ୍ଟ୍ରି ପ୍ରମୁଖ ଏମଏସଏମଇ ପାଇଁ ବ୍ୟବସାୟିକ ସୁଯୋଗ ଉପରେ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା l ସେହିପରି ଭୁବନେଶ୍ୱରର ଏନଆରଡିସି ମୂଖ୍ୟ ବି.କେ.ସାହୁ ଙ୍କ ଦ୍ୱାରା ଏମଏସଏମଇ ପାଇଁ ଆଇପି ଉପକରଣ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା l ବିକ୍ରେତା ଓ ପଞ୍ଜିକରଣ ଏବଂ ବ୍ୟବସାୟ ବିକାଶ ପାଇଁ ଏମଏସଏମଇ ଅଂଶଗ୍ରହଣକାରି ଏବଂ ବିଭିନ୍ନ ସିପିଏସଇ ମଧ୍ୟରେ ବି୨ବି ବୈଠକ ଅନୁଷ୍ଠିତ ହୋଇଥିଲା l
ସେହିପରି, କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ନାଲକୋ ଏବଂ ଇଫକୋ ମଧ୍ୟରେ ବ୍ୟବସାୟିକ ସୁଯୋଗ ଉପରେ ଉପସ୍ଥାପନା ଏବଂ ଏମଏସଏମଇ ମନ୍ତ୍ରାଳୟ ଦ୍ୱାରା ଏସଆଇଡିବିଆଇ ଯୋଜନା, ଜିଇଏମ ପଞ୍ଜିକରଣ, ପ୍ରଯୁକ୍ତି ବିଦ୍ୟା ସ୍ଥାନାନ୍ତର ଇତ୍ୟାଦି ଉପରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଏମଏସଏମଇ ଏବଂ କ୍ରୟ ଏଜେନ୍ସି ମଧ୍ୟରେ ସିଧାଶଳଖ ସମ୍ପର୍କ ସ୍ଥାପନ, ସରକାରୀ ଯୋଜନା ବିଷୟରେ ସଚେତନତା ବୃଦ୍ଧି ଏବଂ ବିକ୍ରେତା ପଞ୍ଜିକରଣ ଏବଂ ସହଯୋଗ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବାର ଉଦ୍ଦେଶ୍ୟକୁ ସଫଳତାର ସହିତ ଉପସ୍ଥାପନ କରାଯାଇଥିଲା l ତେବେ କାର୍ଯ୍ୟକ୍ରମର ଉଦଘାଟକ ମୂଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ଭେଣ୍ଡର ଡେଭେଲପମେଣ୍ଟ ପ୍ରୋଗ୍ରାମ ପବ୍ଲିକ୍ ସେକ୍ଟରର କ୍ଷମତା ବୃଦ୍ଧି କରିବା ସହ ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ଅଭିବୃଦ୍ଧି କରି ରାଜ୍ୟର ସାମଗ୍ରିକ ଅଭିବୃଦ୍ଧି ଏବଂ ଆର୍ଥିକ ରୂପାନ୍ତରଣରେ ବିଶେଷ ଭାବେ ସହାୟକ ହୋଇପାରିବ l

 

paradeep epa ru prasanta dash nka report

Leave a Reply

Your email address will not be published. Required fields are marked *